ଆମ ଓଡିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ


ବିନିକା, ୨୩/୧ (ସମର୍ଥ ନ୍ୟୁଜ୍)
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତରେ ଆଜି ଆମ ଓଡିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣୀ ପଞ୍ଚାୟତ ସରପଞ୍ଚ ରୀନା ମହଲାଙ୍କ ସଭାପତିତ୍ଵରେ ବିନିକା ବିଡ଼ିଓ ପ୍ରମୋଦ କୁମାର ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବ୍ଲକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରଞ୍ଜନ କୁମାର ମହଲା ସଭା ପରିଳନା କରିଥିବା ବେଳେ ଘନଶ୍ୟାମ ମୁଦୁଲି ସ୍ଵାଗତ ଭାଷଣ ଦେଇଥିଲେ। ପଞ୍ଚାୟତ ବିଭାଗ, ବିଭାଗ, ମତ୍ସ୍ୟ ବିଭାଗ, ଶିଶୁ ବିକାଶ ବିଭାଗ, ହସ୍ତତନ୍ତ ବିଭାଗ, କୂଷି ବିଭାଗ, ଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ମିଶନ ଶକ୍ତି ଆଦି ବିଭାଗ ଉପସ୍ଥିତ ଥିଲେ । ଏଥିରେ ସୁବାଷ ମଲ୍ଲିକ, ସୁରେନ୍ଦ୍ର ଭୂଏ, ବନମାଳି ମେହର, ଦିଲ୍ଲୀପ ବାରିକ, ପରମା ସା, ଅନିଲ ପାଣ୍ଡେ, ଚୈତନ୍ୟ ଷାଣ୍ଡ, ମୋତିଲାଲ ବାଘ, ଶତୃଘନ ପୋଢ, ସରୋଜ ବରିହା, ରାଜକୁମାର ବିଶି, ରାଧାମୋହନ ଭୂଏ, ସୌମିତ୍ରି ସା, ଏକାମୁନଷି ମଲ୍ଲିକ, ବିଘ୍ନରାଜ ଦିଶିରି, ବସୁଦେବ ବଗର୍ତ୍ତି, ବୁଧୁ ଷାଣ୍ଡ, ଦ୍ଵାରୁ ଦୀପ୍, ପ୍ରକାଶ ଷାଣ୍ଡ, ପଞ୍ଚାନନ ବଗର୍ତ୍ତି, କାଶୀନାଥ ସା, ଶମ୍ଭୁ ଷାଣ୍ଡ ସମେତ ବାଉଁଶୁଣୀ ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ଯୋଗେଶ୍ଵର ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ




