Entertainment

ଚତୁର୍ଥ ବୌଦ୍ଧ ଜିଲ୍ଲା ସ୍ତରୀୟ ସ୍କାଉଟସ, ଗାଇଡ୍ସ୍ ଶିବିର ଉଦଯାପିତ।

 

ହରଭଙ୍ଗା 23/01(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ

ଲୁଣୀବାହାଲ ସ୍ଥାନୀୟ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କାଉଟ୍ସ୍ ଗାଇଡ ଶିବିର ଆୟୋଜିତ ହୋଇଯାଇଛି। ପ୍ରାତଃ ୬ ଘଣ୍ଟିକା ସମୟରେ ଶିବିରାର୍ଥୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଇଥିଲା। ପ୍ରାତଃ ୭ ଘଣ୍ଟିକା ସମୟରେ ଜିଲ୍ଲା କ୍ରୀଡା ନିରୀକ୍ଷକ ଓ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ଓ ସମସ୍ତ ଶିବିରାର୍ଥି ମାନଙ୍କୁ ନେଇ ଏକ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା। ଭାରତ ସ୍କାଉଟସ ଗାଇଡସ୍ ଜାତୀୟ ଉପସଭାପତି ତଥା କମିଶନର ଡଃ କାଳୀ ପ୍ରସାଦ ମିଶ୍ର ଙ୍କୁ ଏକ ବାଇକ୍ ରାଲି ଓ ପିଯାଣ୍ଟ ସୋ ଦ୍ୱାରା ବିଦ୍ୟାଳୟ କୁ ସ୍ଵାଗତ କରାଯାଇଥିଲା। ଅପରାହ୍ନ ୩ ଘଣ୍ଟିକା ସମୟରେ ଉଦଯାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦରା କୂଜୁର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଉତ୍ସବରେ ଦିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସାମାଜ ସେବି ସୁବାଷ୍ ପ୍ରଧାନ, ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ପିତାମ୍ବରପୁର ସରପଞ୍ଚ ରଞ୍ଜିତ ବାରିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦଯାପନୀ ଉତ୍ସବରେ ଭାରତ ସ୍କାଉଟସ୍ ଗାଇଡ୍ସ ର ରାଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ବୌଦ୍ଧ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ବକ୍ତା, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ – ସଂପାଦକ ଭାରତ (ଓଡ଼ିଶା) ସ୍କାଉଟସ ଗାଇଡ୍ସ, କଣ୍ଟାମାଳ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନୋଜ କୁମାର ସେଠୀ, ରାଜ୍ୟ ପ୍ରତିନିଧି ଶ୍ରୀଯୁକ୍ତ ସୁରଜିତ ସେନ୍, କନ୍ଧମାଳ ଜିଲ୍ଲା ଶାରିରୀକ ନିରୀକ୍ଷକ ଶ୍ରୀଯୁକ୍ତ ପାତ୍ର, ବୌଦ୍ଧ ଜିଲ୍ଲା ସ୍କାଉଟସ୍ ଗାଇଡ୍ସ ସଂପାଦକ ଶ୍ରୀଯୁକ୍ତ ଆନନ୍ଦ ବେହେରା, ସ୍ଥାନୀୟ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥି ମାନେ ସ୍କାଉଟ୍ସ ଗାଇଡ୍ସର ଲକ୍ଷ, ଉଦ୍ଦେଶ୍ୟ ଓ ଦାୟିତ୍ବବାନ ବ୍ୟକ୍ତି ଭାବେ ସମାଜ ର ମଙ୍ଗଳ ସାଧନ କରିବା ଏପରିକି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବା ସହ ଏହାର ସୁପରିଚାଳନା ନିମିତ୍ତ ସଚେତନ କରିଥିଲେ। ପିଜାଣ୍ଟ ସୋ ମାଧ୍ୟମରେ ଶିଶୁ ମାନେ ଲୋକ କଳା ସଂସ୍କୃତି ପରମ୍ପରା କୁ ନେଇ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ। ଦ୍ଵିତୀୟ ଦିବସ ରେ ଓଡ୍ରାଫ ଟିମ୍ ଙ୍କ ଦ୍ଵାରା ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ , ପ୍ରାଥମିକ ଚିକିତ୍ସା ଓ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଙ୍କ ଅଦମ୍ୟ ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁଁ କାର୍ଯକ୍ରମ ସଫଳ ହୋଇଥିବାରୁ ମଞ୍ଚାସିନ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିବା ସହ ପ୍ରତ୍ୟେକ ଶିବୀରାର୍ଥି ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ବିଜୟାନନ୍ଦ ସାହୁ ଙ୍କୁ ଉପଢୌକନ ପ୍ରଦାନ ସ୍ୱରୂପ ସମ୍ମାନିତ କରାଯାଇଥିଲା।ପରିଶେଷରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related Articles

Back to top button