ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମୁଖରିତ ହୋଇପଡ଼ିଲା ସମଗ୍ର ରାଜନଗର ବ୍ଲକ

ଅଯୋଧ୍ୟା ରେ ବିଶ୍ୱ ଇତିହାସ ରଚିଲା ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂଜା ହୋଇ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ରେ ବନ୍ଧପଡା ପଂଚାୟତ ର ଦାଣ୍ଡି ଗ୍ରାମରେ ହନୁମାନ ମନ୍ଦିର ନିକଟରୁ ପ୍ରଭୁ ଶ୍ରୀରାମ ଙ୍କ ସୁସଜିତ ରଥ ସହିତ ଅନେକ ନାମ ସଂକୀର୍ତନ ଧାରି ମଣ୍ଡଳୀ ସହ ଶ୍ରୀରାମ ସେନା ର ମୁଖ୍ୟ ସଂଯୋଜକ ସାରଦା ପ୍ରସାଦ ରାଉତ ଙ୍କ ନେତୃତ୍ୱ ରେ ଶତାଧିକ ରାମ ସେନା,ପ୍ରଭୁ ଶ୍ରୀରାମ ଙ୍କ ଭକ୍ତ,ରାମ ପ୍ରେମୀ ମାନେ ମୋଟରସାଇକେଳ ଶୋଭାଯାତ୍ରା ରେ ବାହାରି ମଦନପୁର, ପରେ କୁନ୍ଦୁପୁର, ସାନବଡ ଗୋପାଳପୁର, ତ୍ରିନାଥ ବଜାର, ପୋଲପାଖ ଅତିକ୍ରମ କରି ରାଜନଗର ବଜାର କୁ ପ୍ରବେଶ ପରେ ହଜାର ହଜାର ଜନସାମାଗମ ରେ ରାମ ନାମରେ ପ୍ରକମ୍ପିତ ହୋଇଥିଲା, ତେବେ ବିଭିନ୍ନ ପଂଚାୟତ ରୁ ମହିଳା ସଂକୀର୍ତନ ଟିମ, ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ସହିତ ରାମ ଓ ସୀତା ଏବଂ ଲକ୍ଷ୍ମଣ ତଥା ହନୁମାନ ବେଶରେ ସଜିତ ହୋଇ ଶୋଭାଯାତ୍ରା ରେ ଭାଗ ନେଇଥିବା ଦୃଶ୍ୟ ପଟ ଦେଖିବାକୁ ମିଳିବା ସହିତ ପାଞ୍ଚ ହଜାର ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନର ସମସ୍ତ ବ୍ୟବସ୍ଥା ଏସ ଏନ ୟୁ ପି ବିଦ୍ୟାଳୟ ରେ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଭାବେ ଉତ୍କଳ କୃଷକ ସଂଘଠନ ର ସଭାପତି ତଥା ଶ୍ରୀରାମ ସେନା ସଂଯୋଜକ ସାରଦା ପ୍ରସାଦ ରାଉତ ଙ୍କ ଆୟୋଜନ ରେ ରାଜନଗରବ୍ଲକ ବରିଷ୍ଠ ରାଷ୍ଟ୍ରୀୟ ସ୍ୱୟଂ ସେବକ କାର୍ଯ୍ୟକର୍ତ୍ତା ସୁକାନ୍ତ ତ୍ରିପାଠୀ, ଧୀରେନ କୁମାର ବିଶ୍ୱାଳ,ସୁନାକର ପ୍ରଧାନ, ବଳରାମ ପାତ୍ର, ସିନେମାସ, ଚିକୁ, ଏଥି ସହିତ ରାଜନଗର ବ୍ଲକ ର ରାଷ୍ଟ୍ରୟତା ବିଭିନ୍ନ ସଂଘୀୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଏବଂ ସଦସ୍ୟା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ,!

*କେନ୍ଦ୍ରାପଡ଼ା ରୁ ଜିଲ୍ଲାପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




