ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସାମ ମୂଖ୍ଯମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ


ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆସାମ ମୂଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବକର୍ମାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଅଛି । ଘଟଣାରୁ ପ୍ରକାଶ ଆସାମଠାରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ “ଭାରତ ଯୋଡୋ ନ୍ୟାୟ ଯାତ୍ରା” ଚାଲିଥିବା ସମୟରେ ବିଜେପି ତଥା ଆର ଏସ ଏସ ର ଗୁଣ୍ଡାମାନେ ଯାତ୍ରାର ଯାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର ତଥା କଂଗ୍ରେସର ଲାଗିଥିବା ପୋଷ୍ଟରଗୁଡିକୁ ଚିରି ଫୋପାଡି ଦେଇଥିଲେ । ଆସାମ କଂଗ୍ରେସ ସଭାପତି ତଥା ବହୁ ନେତୃବୃନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତା ସହିତ ଆସାମ ମୂଖ୍ଯମନ୍ତ୍ରୀ ରାହୁଳ ଗାନ୍ଧୀ ଓ ତାଙ୍କର ପରିବାର ପ୍ରତି ଅପଶବ୍ଦ ବ୍ୟବହାର କରି କହିଛନ୍ତି ଯେ “ଗାନ୍ଧୀ ପରିବାର ଦୁର୍ନୀତିଗ୍ରସ୍ତ ତଥା ଭ୍ରଷ୍ଟାଚାର ପରିବାର ଓ ଏହା ନ୍ୟାୟ ଯାତ୍ରା ନୁହଁ ବରଂ ମିଆଁ ଯାତ୍ରା “। ଏହି ଯାତ୍ରାକୁ ବନ୍ଦ କରିବାକୁ ଆସାମ ସରକାର ସବୁପ୍ରକାର କଳ କୌଶଳ ବ୍ୟବହାର କରିଛି ।
ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଆସାମ ମୂଖ୍ଯମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଢେଙ୍କାନାଳ ଜିଲ୍ଲା କଲେକ୍ଟରଙ୍କ କାର୍ଯାଳୟ ସମ୍ମୁଖରେ ଦାହ କରାଯାଇଅଛି ।ଦାହ ସମୟରେ ନବୀନ ଚନ୍ଦ୍ର ନାରାୟଣ ଦାସ,ନିର୍ମଳ ମିଶ୍ର,ଶୁଭାଷିନୀ ମହାକୁଡ,ସ୍ମିତାରାଣୀ ସାମଲ,ସୁନୀଲ ଦାସ,ଗୋପାଳ ଚନ୍ଦ୍ର ସାହୁ,ମହମ୍ମଦ ହାଇଦରଙ୍କ ସମେତ ଅନେକ ସଭ୍ଯ ଓ ସଭ୍ଯା ଉପସ୍ଥିତ ଥିଲେ l




