Entertainment

ରାମଲାଲ ଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ… ହରଭଙ୍ଗା ବ୍ଲକର ବିଭିନ୍ନ ମଠ ମନ୍ଦିର ଉତ୍ସବ ମୁଖର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ଅଯୋଧ୍ୟା ପ୍ରଭୁ ଶ୍ରୀରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସର ରେ ସାରା ଦେଶ ରାମ ମୟ ଭକ୍ତି ଭାବନା ରେ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ର ପୁରପଲ୍ଲୀ ମଠ, ମନ୍ଦିର ଏପରିକି ଘରେ ଘରେ କୁମ୍ଭ କଲସି ସ୍ଥାପନ , ଦୀପ ପ୍ରଜ୍ଜଳନ ଆଦି କରାଯାଇଥିଲା l ସେହିପରି ବ୍ଲକର ପିତାମ୍ବର ପୁର ଶ୍ରୀରାମ ମନ୍ଦିର ରେ ନୀତିନିୟମ ଅନୁସାରେ ପୂଜାର୍ଚନାକରାଯାଇ ପ୍ରଭୁ ଶ୍ରୀରାମ ଙ୍କର ସିଧା ପ୍ରସାରଣ ଭକ୍ତ, ଶ୍ରଦ୍ଧାଳୁ ଦେଖି ଥିଲେ, ଅନ୍ୟପଟେ ପୁରୁଣା କଟକ ହନୁମାନ ମନ୍ଦିର ରୁ ହଜାର ହଜାର ଶ୍ରଦ୍ଧାଳୁ ଜୟଶ୍ରୀରାମ ଧୋନି ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହିପରି ଜିଲ୍ଲା ର 200 ବର୍ଷ ପୁରୁଣା ରାମ ମନ୍ଦିର ରେ ଭକ୍ତି ଭାବ ସହ ପୂଜାର୍ଚନା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାମ, ହନୁମାନ ମନ୍ଦିର ଗୁଡିକ ରେ ନାମ ସଂକୀର୍ତନ ରେ ପରିବେଶ ଆନନ୍ଦ ମୟ ହୋଇ ଉଠିଥିବା ଦେଖିବାକୁ ମିଳିଛି l

Related Articles

Back to top button