Entertainment

ମଲିକୁଦ ଗ୍ରାମରେ ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଭଜନ କୀର୍ତ୍ତିନ୍ୟ,ନଗର ପରିକ୍ରମା

 

କଣ୍ଟାମାଳ, ୨୨/୧/୨୪ ( ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଯୋଧ୍ୟାରେ ରାମଲାଲା ଙ୍କ ବିଗ୍ରହ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ଗାଁର ଚାରିଆଡ଼େ ଗେରୁଆ ମୟ ଶ୍ରୀରାମ ପତକା । ଗାଁ ଦାଣ୍ଡ ସଫାସୁତୁରା । ସତେ ଅବା ଘରକୁ କୁଣିଆ ଆସିବେ। ସମସ୍ତଙ୍କ ମନ ଉତଫୁଲିତ । କାରଣ ଦୀର୍ଘ ଦିନର ସ୍ଵପ୍ନକୁ ଭାରତ ହାତ ପାହାନ୍ତାରେ ପାଇ ମନ ଗଦଗଦ । ସେମାନଙ୍କ ମଧ୍ୟରୁ ଉକ୍ତ ପଞ୍ଚାୟତର ମଲିକୁଦ ଗ୍ରାମର ମହିଳାମାନେ ନିଆରା ଢଙ୍ଗରେ ଉତ୍ସାହ ମନାଇଥିଲେ। ଦେଶ ସ୍ଵାଧୀନତା ପାଇଲା ପରି ପାହାନ୍ତିଆରୁ ମହିଳାମାନେ ଗାଧୁଆ ପାଧୁଆ ସାରି ନୂତନ ପୋଷାକ ପରିଧାନ କରି ଖୋଳ, ତାଳ ,ଶଙ୍ଖ, ଘଣ୍ଟ ଧରି ରଘୁପତି ରାଜାରାମ ଗାନ କରି ଗ୍ରାମ ପରିକ୍ରମା କରି କୁ ଞ ମଣ୍ଡପରେ ରାମଧୂନୀ ଦେଇ ହୋମଯଜ୍ଞ କରିଥିଲେ।ପରେ ସମସ୍ତ ଆବାଳ ବୃଦ୍ଧବନିତା ପ୍ରସାଦ ସେବନ କରିଥିଲେ। ସମାଜସେବୀ ରାମଚନ୍ଦ୍ର ପଣ୍ଡିଙ୍କ ତତ୍ତ୍ଵାବଧାନରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button