Entertainment

ସିଲେଟପଡାରେ ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ନିମନ୍ତେ ସଂକୀର୍ତ୍ତନଧାରା ଓ ରାମାୟଣ ପାରାୟଣ ଅନୁଷ୍ଠିତ , କଳାକାରଙ୍କୁ ମାନପତ୍ର ପ୍ରଦାନ ।

କଣ୍ଟାମାଳ,୨୨।୧ 🙁 ପ୍ରଭାତ କୁମାର ସାହୁ) ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ସିଲେଟପଡାରେ ଶ୍ରୀରାମଜୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ସଂକୀର୍ତ୍ତନଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକାଳୁ ଖେମୁଣ୍ଡିଗଡ଼ ପୁଷ୍କରିଣୀରୁ ପୂର୍ଣ୍ଣ କଳସ ଜଳ ଆଣି ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇ ପଣ୍ଡିତ ଦେବେନ୍ଦ୍ର ପାଣିଗ୍ରାହୀ ହୋମଯଜ୍ଞ କାର୍ଯ୍ୟ କରିଥିଲେ l ପୂର୍ବାହ୍ନରେ ୧୨ଟି ସଂକୀର୍ତ୍ତନ ଦଳ ଯୋଗଦେଇ ଶ୍ରୀରାମଙ୍କ ଚରିତ୍ର ଉପରେ ଭଜନ ପରିବେଷଣ କରିଥିଲେ l ରାମଜୀ ନାଟ୍ୟ ସଂସଦ ସଭାପତି ରାମସାଏ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଦିବାସୀ ନେତା ସାମନ୍ତ ମାଝୀ, ସାମ୍ବାଦିକ ବଂଶୀଧର ମାଝୀ, ସାମାଜିକକର୍ମୀ ବଳରାମ ବାଘ ଯୋଗଦେଇ ଶ୍ରୀରାମଙ୍କ ଗୁଣଗାନ କରିବା ସହିତ ଐତିହାସିକ ଶ୍ରୀରାମ ଜନ୍ମଭୂମି ବିଷୟରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ସମସ୍ତ ସଂକୀର୍ତ୍ତନ ଦଳର ଗାୟକ ଓ ବାୟକମାନଙ୍କୁ ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଶିବ ଶଙ୍କର କାଲସେ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ l ସନ୍ଧ୍ୟାରେ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବଲାଙ୍ଗିର ଜିଲାର ପାରାୟଣ ଗାୟିକା ମୋନାଲି ମହାପାତ୍ର ଯୋଗଦେଇ ପାରାୟଣ ଗାନ କରିଥିଲେ l ସଂସଦର ସମ୍ପାଦକ ବିଘ୍ନରାଜ ରଣା, ସଦସ୍ୟ ରାଜୀବ ରଣା, ରାମେଶ୍ୱର ରଣା, ଦ୍ଵିତୀୟା ରଣା, ରଞ୍ଜନ ରଣା, ଯୋଗୀନ୍ଦ୍ର ଦିଶିରୀ, ବିରଞ୍ଚି ମୁନା, କାଲୁରାମ ବାରିକ, କପିଳେ ରଣା ଏବଂ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button