Politics

୨୦୨୪ ନିର୍ବାଚନ ପାଇଁ କାମାକ୍ଷାନଗର ବ୍ଲକ ବାରୁଆଁ(କା) ମଣ୍ଡଳ ସ୍ଥିତ ସୋଗର ପଞ୍ଚାୟତ ଠାରେ ବିଜେପି ପକ୍ଷରୁ ବୁଥ ସଶକ୍ତି କରଣ ଅଭିଯାନ ଅନୁଷ୍ଠିତ..

୨୦୨୪ ନିର୍ବାଚନ ପାଇଁ କାମାକ୍ଷାନଗର ବ୍ଲକ ବାରୁଆଁ(କା) ମଣ୍ଡଳ ସ୍ଥିତ ସୋଗର ପଞ୍ଚାୟତ ଠାରେ ବିଜେପି ପକ୍ଷରୁ ବୁଥ ସଶକ୍ତି କରଣ ଅଭିଯାନ ଅନୁଷ୍ଠିତ..

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାରୁଆଁ କା ମଣ୍ଡଳ ସ୍ଥିତ ସୋଗର ଗ୍ରାମର ବାବା ସୋଗରେଶ୍ଵର ଙ୍କ ପିଠିରେ ବିଜେପି ପକ୍ଷରୁ ବୁଥ ସଶକ୍ତି କରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାରୁଆଁ କା ମଣ୍ଡଳର ସଭାପତି ବିଜୟ ମଲ୍ଲିକ, କାମାକ୍ଷାନଗର NAC ପ୍ରଭାରୀ ରବିନାରାୟଣ ସାହୁ, ମଣ୍ଡଳ ବୁଥ ଇନ୍‌ଚାର୍ଯ୍ୟ ପ୍ରସାଦ କୁମାର ସେଠୀ ଓ ସୋଗର ଗ୍ରାମର ୬ ଟି ବୁଥ ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇଥିଲେ । ଏହି ବୈଠକ ରେ ସୋଗର ପଞ୍ଚାୟତର ଛଅ ଗୋଟି ବୁଥର ସଭାପତି ଓ ସଂପାଦକ ଚୟନ ସହିତ ୧୧ ଟି ମୁଖ୍ୟ ମୁଖ୍ୟ ପଦବୀ ଚୟନ କରାଯାଇଥିଲା । ଏଥିରେ କିଭଳି ଭାବରେ ସବୁ ବୁଥ କୁ ମଝବୁତ କରାଯିବା ସହିତ ଓ ପ୍ରଧାନମନ୍ତ୍ରୀ ଙ୍କର ପ୍ରତିଟି ଯୋଜନା ଗୁଡିକରୁ ସାଧାରଣ ଲୋକମାନେ ଲାଭ ପାଇ ପାରିବେ ସେହି କଥା ସଭାପତି ବୁଝାଇଥିଲେ । ତାହା ସହିତ ଆଗକୁ ଆସୁଥିବା ନିର୍ବାଚନ ପାଇଁ କିଭଳି ଭାବରେ ପ୍ରସ୍ତୁତି କରାଯିବା ଉପଦେଶ ଦେଇଥିଲେ । ।

Related Articles

Back to top button