Entertainment

ଆମ୍ବଗାଁରେ ସଂକୀର୍ତ୍ତନ ସ୍ୱାଭିମାନ ଯାତ୍ରା ଓ ସଭା । ଯୋଗ ଦେଇଥିବା ୪୨ଟି ସଂକୀର୍ତ୍ତିନ୍ୟ ଦଳକୁ ପ୍ରମାଣପତ୍ର ସହ ଭଗବତ ଗୀତା ପ୍ରଦାନ,

 

କଣ୍ଟାମାଳ,୨୧।୧:(ପ୍ରଭାତ କୁମାର ସାହୁ) ହଜାର ହଜାର ବର୍ଷରୁ ସଂକୀର୍ତ୍ତନ କଳା ବଞ୍ଚି ରହିଥିବା ବେଳେ ସାମ୍ପ୍ରତିକ ସମୟରେ ସାମଗ୍ରିକ ଦରବୃଦ୍ଧି ଏବଂ ଉପଯୁକ୍ତ ସହାୟତା ଅଭାବରୁ ତାହା ବିଲୋପ ହେବାକୁ ବସିଲାଣି l ଏହାକୁ ହୃଦୟଙ୍ଗମ କରି ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ, ଓଡିଶା ପକ୍ଷରୁ ସଂକୀର୍ତ୍ତନ୍ୟ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି l ରବିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଆମ୍ବଗାଁଠାରେ ଉକ୍ତ ପରିଷଦ ପକ୍ଷରୁ କଣ୍ଟାମାଳ ବ୍ଲକ ସ୍ତରୀୟ ସଂକୀର୍ତ୍ତନ୍ୟ ସ୍ୱାଭିମାନ ଯାତ୍ରା ଅନୁଷ୍ଠିତ ହୋଇଥିଲା l ସଂକୀର୍ତ୍ତନ୍ୟ ଦଳକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆମ୍ବଗାଁ ଛକରୁ ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ପରେ ସେଠାରୁ ବାହାରି ରାମେଶ୍ୱର ମନ୍ଦିରରେ ପହଞ୍ଚିଥିଲା l ମନ୍ଦିର ପରିସରରେ ବୌଦ୍ଧ ଜିଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି, ରାଜ୍ୟ ସଭାପତି ବାସୁଦେବ ଭଟ୍ଟ, ରାଜ୍ୟ ସମ୍ପାଦକ ସୁଦର୍ଶନ ଚମ୍ପତି, ବୌଦ୍ଧ ଜିଲା ଉପସଭାପତି ଅଖଣ୍ଡ ମହାକୁଡ଼, କଣ୍ଟାମାଳ ବ୍ଲକ ସଭାପତି ଖଗେଶ୍ୱର ଭୋଇ, ଉପସଭାପତି କୁଞ୍ଜ ରଣା, ସମ୍ପାଦକ କୃଷ୍ଣଚନ୍ଦ୍ର ଆଡଜୁଆଡି, ସହ ସମ୍ପାଦକ ଜପ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଉକ୍ତ ସଭାରେ ସଂକୀର୍ତ୍ତନ କଳାକାର ମାନଙ୍କୁ କଳାକାର ମାନ୍ୟତା ପ୍ରଦାନ, ସମସ୍ତ ସଂକୀର୍ତ୍ତନ କଳାକାରମାନଙ୍କୁ କଳାକାର ତାଲିକାଭୁକ୍ତ କରି ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପରିଚୟ ପ୍ରଦାନ, ସବୁ ବୟସର ସଂକୀର୍ତ୍ତନ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ, କଳାକାର ମାନଙ୍କ ପରିବାରର ସମସ୍ତ ପିଲା ମାନଙ୍କୁ ମାଗଣାରେ ପ୍ରଥମରୁ ଉଚ୍ଚଶିକ୍ଷା ଓ କାରିଗରୀ ଶିକ୍ଷା ପ୍ରଦାନ, କଳାକାର ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା l ଏହି ଅବସରରେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା ୪୮ ଗୋଟି ସଂକୀର୍ତ୍ତନ ଦଳର ପ୍ରତ୍ୟେକ କଳାକାରଙ୍କୁ ପ୍ରମାଣପତ୍ର ଏବଂ ଶ୍ରୀମଦ୍ଭଗବତ ଗୀତା ପ୍ରଦାନ କରାଯାଇଥିଲା l ସେହିପରି ସହଯୋଗ କରିଥିବା ୩୫ଜଣ ସ୍ଵେଛାକୃତ ବ୍ୟକ୍ତିଙ୍କୁ ଶ୍ରୀମଦ୍ଭଗବତ ଗୀତା ପ୍ରଦାନ କରାଯାଇଥିଲା l ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଗ୍ରାମର ଗାଉଁନ୍ତିଆ ମୋତିଲାଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଆମ୍ବଗାଁ ଗ୍ରାମବାସୀ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button