Entertainment

ଐତିହାସିକ ଅମରବତୀ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟା

ଚଳିତ ମାସ 16ତାରିଖ ଠାରୁ 20ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଚାଲିଥିବା ଛତିଆ ଅମରବତୀ ମହୋତ୍ସବ ର ଆଜି ଉଦଯାପନୀ ସନ୍ଧ୍ୟା ରେ ବିଧାୟକ ଅମର ପ୍ରସାଦ ଶତପଥି ସାଂସଦ ଶର୍ମିଷ୍ଠା ସେଠି ସିନେ ଷ୍ଟାର ଦୀପକ କୁମାର ଅତିଥି ଭାବରେ ଯୋଗ ଦେଇ ଦର୍ଶକବିଭିର୍ନ କ୍ଷେତ୍ର ରେ ମାନଙ୍କୁ ଉତ୍ସାହିତ କରାଇଥିଲେ, ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ସ୍ଥାନୀୟ ଅଞ୍ଚଳ ର ବହୁ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା, ମାଳିକା ଗବେଷକ ଜିତେନ୍ଦ୍ର ଖଟୁଆ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେଶ୍ୱର ଓଝା ବହୁ କଳାକାର ସାମ୍ବାଦିକ କାର୍ତିକ ରାଉତ ଓ ଅନ୍ୟ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ବ୍ଳକ ଅଧକ୍ଷା ମିନତୀ ସେନାପତି ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯାଚିନ୍ଦ୍ର ନାୟକ ନିରଞ୍ଜନ ସେନାପତି. ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଗିରିଶ ପତ୍ର ମଞ୍ଚ ପରିଚାଳନା କରିଥିଲେ, କମିଟି ର ସମ୍ପାଦକ ବାସୁଦେବ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ବିପିନି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ, ସଭାପତି ପ୍ରତାପ ସାହୁ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିଲା, କୋଷାଧକ୍ଷ ଅମରେଶ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ କମିଟି ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button