Entertainment

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା


ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ପ୍ରସ୍ତୁତ ଅଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ମଥୁରାନଗରୀ ହେବ ଏବଂ ଅମ୍ବାପାଲି ହେବ ଗୋପପୁର। ଜୀରାନଦୀ ପାଲଟିଯିବ ଯମୁନା। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ।ସୂଚନା ଅନୁସାରେ, ୮ କିମି ପରିଧି ଭିତରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦ ରାଜାଙ୍କ ଦରବାର) ଓ ୧୦ରୁ ଊର୍ଦ୍ଧ୍ୱ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର, ମୋଦୀ ପଡ଼ିଆରେ ସର୍କସ୍‌ ସହ ହସ୍ତତନ୍ତ ମେଳା ଲାଗିଛି। ଉଦ୍‌ଘାଟନୀ ଦିବସରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହ କଂସଙ୍କ ରାଜୁତି ଆରମ୍ଭ ହୋଇଛି।

Related Articles

Back to top button