ନିର୍ମାଣଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ!


କଣ୍ଟାମାଳ, ୨୦/୧/(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲ ପଡିଆ ଠାରେ ଶନିବାର ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ହାଇସ୍କୁଲ ପଡ଼ିଆଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟଅତିଥି ଭାବରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା ଯୋଗଦେଇଥିଲେ । ନିଜ ଭାଷଣରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରିଛନ୍ତି ବୋଲି ବିଧାୟକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, କଂଟାମାଳ ବିଡିଓ ସାମି ଜୟଶ୍ରୀ ରେଡ୍ଡୀ ଯୋଗଦେଇଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୭୮୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ବାବଦକୁ ୩କୋଟି ୯୭ ଲକ୍ଷ ୩୦ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡିଏଲଓ ସୁଶାନ୍ତ ପାଇକରାୟ ପରିଚାଳନା କରିଥିବାବେଳେ ଏଲଓ କନ୍ୟାକୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

କଣ୍ଟାମାଳ ବ୍ଳକର ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




