Politics

ଖଡ଼ଙ୍ଗ ଓ ଖଇରମାଳ ବ୍ୟାରେଜର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

 

କଣ୍ଟାମାଳ, ତା ୨୦/୧ : (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଖଡ଼ଙ୍ଗ ବ୍ୟାରେଜ ସମେତ ଦୁଇଟି ପ୍ରକଳ୍ପ କୁ ଆଭାସୀ ମାଧ୍ୟମରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଆଜି ସକାଳ ୧୧ଘଣ୍ଟା ୩୪ମିନିଟ ସମୟରେ କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆ ଠାରେ ସ୍ୱତନ୍ତ୍ର ଭାବେ ଆୟୋଜିତ ଶୁଭ ଭିତ୍ତିପ୍ରସ୍ତର ଉତ୍ସବରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହାନଦୀ ଓ ଖଡ଼ଙ୍ଗ ନଦୀ ଉପରେ ହେବାକୁଥିବା ଦୁଇଟି ବୃହତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କୁ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏହି ଦୁଇଟି ପ୍ରକଳ୍ପ ଦ୍ୱାରା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ସୁବର୍ଣ୍ଣପୁର ଆଦି ଚାରିଟି ଜିଲାର ବହୁ ଚାଷ ଜମିକୁ ଜଳସେଚନ ର ସୁବିଧା ହେବା ଶହ ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ସୁବିଧା ହେବା ଦ୍ୱାରା ଅଂଚଳର ବିକାଶ ସମ୍ଭବ ହୋଇପାରିବ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦ ଯୋଗୁଁ ବୋଲି ଆଭାସୀ ମାଧ୍ୟମରେ ନିଜ ବକ୍ତବ୍ୟରେ କହିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ l ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଭିତ୍ତିପ୍ରସ୍ତର ହୋଇଥିବା ଦୁଇଟି ବୃହତ ପ୍ରକଳ୍ପ ମଧ୍ୟରେ ରହିଛି ଲଣ୍ଡାଗାଁ ନିକଟ ଖଡ଼ଙ୍ଗ ନଦୀରେ ଗର୍ଭାଶୟ ଓ ମହାନଦୀ ର ଖଇରମାଳ ନିକଟ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ରହିଛି l ଆଜି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ୧୩ଟି ଜିଲାରେ ୪୬ଶହ କୋଟି ଟଙ୍କା ବ୍ୟୟରେ ମୋଟ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଖଡ଼ଙ୍ଗ ବ୍ୟାରେଜ ପ୍ରକଳ୍ପ ପାଇଁ ୧୯୯କୋଟି ୯୧ଲକ୍ଷ ଟଙ୍କା ଓ ମହାନଦୀର ଖଇରମାଳ ଠାରେ ମୋଟ ୯୨୫କୋଟି ୫୯ଲକ୍ଷ ଟଙ୍କାର ଅଟକଳ ଧାର୍ଯ୍ୟ ହୋଇଥିବା ପ୍ରକାଶ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବୌଦ୍ଧ ନୃସିଂହ ଚରଣ ସ୍ୱାଇଁ,କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସେନାପତି, ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି, ତହସିଲଦାର ସୁଶ୍ରୀ ଶ୍ୱେତପଦ୍ମା ଯୋଶୀ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ନିର୍ବାଚିତ ପ୍ରତିନିଧି, ଓ ଜନସାଧାରଣ ଯୋଗଦେଇଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button