Entertainment

ଦିଗୁନମାଲ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ

କଣ୍ଟାମାଳ, ୧୯.୧ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦିଗୁନମାଲ ଉଚ୍ଚ ବିଦ୍ୟାଳୟ ର ୨୫ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ଗୁରୁବାର ବିଦ୍ୟାଳୟର ବିକାଶ ମଣ୍ଡପଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଛି l ଉତ୍ସବରେ ଓଡ଼ିଆ ଚଳଚିତ୍ର ଚୁଲବୁଲି ନାୟିକା ଦେବଯାନୀ ଶହ ଶହ ଦର୍ଶକଙ୍କ ହୃଦୟ ଜିଣିଥିଲେ l ସ୍କୁଲ ପରିଚାଳନା କମିଟି ସଭାପତି ଶତ୍ରୁଘନ ସରଭଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଓ ଉପଜିଲ୍ଲାପାଳ ବୌଦ୍ଧ ରବୀନ୍ଦ୍ରନାଥ କହଁର,ଜିଲ୍ଲାପରିଷଦ ସଭ୍ୟl ସୁମିତ୍ରା ସାହୁ, ବ୍ଲକ ଉପାଧ୍ୟକ୍ଷ୍ୟ ମହେନ୍ଦ୍ର ରଣା,ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ପ୍ରତିଷ୍ଠାତା ସଦସ୍ୟ କରୁଣାକର ସାହୁ,ନୂଆପାଲି ହାଇସ୍କୁଲ ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି , ଶିକ୍ଷାବିତ ନୀଳାଞ୍ଚଳ ଭୋଇ,ପୂର୍ବତନ ଦିଗୁଣମାଲ ସରପଞ୍ଚ ତେଜରାଜ ସାହୁ, ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକେଶ୍ୱର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ନେତ୍ର କର୍ମୀ , ସାରଦୁଲ ନାଗ ସରପଞ୍ଚ ସିମିଲିପଦର, ଦିଗୁଣମାଲ ସରପଞ୍ଚ ଅଳକା ପ୍ରଧାନ, କୂଳୁତାଜୋର ସରପଞ୍ଚ ଚୁମୁକି ଭୋଇ, ଅମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ, ଘଣ୍ଟାପଡଳ ସରପଞ୍ଚ ରିତା କହଁର,

,ଖମନମୁଣ୍ଡା ସମିତିସଭ୍ୟା ସସ୍ମିତା ବାଘ ପ୍ରମୁଖ ସମ୍ମାନୀତ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ନେତ୍ର କର୍ମୀ ପ୍ରାରମ୍ଭିକ ଅଭିଭାଷଣ,ସହକାରୀ ଶିକ୍ଷକ ଶିବାନନ୍ଦ ମହାନ୍ତି ବାର୍ଷିକ ବିବରଣୀ ପାଠ ଓ ପ୍ରେମରାଜ ରଣା ଅତିଥି ପରିଚୟ ଏବଂ ସଭା ପରିଚାଳନା କରିଥିଲେ l ପ୍ରାରମ୍ଭରେ ସ୍କୁଲ ଛାତ୍ରୀମାନଙ୍କ ସ୍ୱାଗତ ସଂଗୀତ ହୋଇଥିଲା l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ ଉଚ୍ଚ ପଦପଦବୀରେ ଥିବା ବିଦ୍ୟାଳୟ ର ପୁରାତନ ମେଧାବୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button