Entertainment

୨୬ ତମ କଳାହାଣ୍ଡି ଉତ୍ସବ ‘ଘୁମୁରା ୨୦୨୪’ ଉଦଯାପିତ


ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଉଦଯାପିତ । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହ ସାଂସ୍କୃତିକ ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଷ୍ଟଲ ବୁଲି ରାଜ୍ୟ ତଥା ରାଜ୍ୟ ବାହାରର କଳାକୃତିକୁ ମନ ଭରି ଉପଭୋଗ କରିବା ସହ କିଣାବିକା ଜମିଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥି, ସିଆର୍ ପିଏଫ୍ ୬୪ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।ଏହାପରେ ବୀର ବାଦ୍ୟ ଘୁମୁରା ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ, ମହାରାଷ୍ଟ୍ରର ଲାବନ୍ୟା ନୃତ୍ୟ, ଛତିଶଗଡ଼ର ପନ୍ତି ନୃତ୍ୟ, ପଞ୍ଜାବର ଭାଙ୍ଗଡା ନୃତ୍ୟ, ହରିଆଣାର ଫାକ ନୃତ୍ୟ, ରାଜସ୍ଥାନର ମାନିହାର ଓ କାଲବେରିଆ ନୃତ୍ୟ ଜିଲ୍ଲା ସଂସ୍କୃତି ପରିଷଦ, ପଞ୍ଜାବର ଭାଙ୍ଗଡା, ହରିୟାଣାର ଫାକ୍ ନୃତ୍ୟ, କୋରାପୁଟର ଢେମସା, ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ, କାରୁଣ୍ଡ କଳା କେନ୍ଦ୍ର, ଟିଟିଲାଗଡର ଢାପ ନୃତ୍ୟ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ଏହାସହ ଜିଲ୍ଲାର ଖ୍ୟାତନାମା ସଙ୍ଗୀତ କାର ଓ ଗୀତିକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଚଗୀତରେ ଦୁଲୁକିଥିଲା ମଞ୍ଚ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button