ମାତୃ ଆଶୀର୍ବାଦ ଯାତ୍ରା ତିର୍ତ୍ତୋଲ କଂଗ୍ରେସ ର ପରିବର୍ତ୍ତନ ର ଯାତ୍ରା ନୁହେଁ ତ ???


ତିର୍ତ୍ତୋଲ –: ଦୀର୍ଘ ସମୟର ସରକାରୀ ଶାସନ ର ବାଟବଣା ବ୍ୟବସ୍ଥା ରେ ଅତିଷ୍ଟ ହୋଇ ତ୍ରାହି ତ୍ରାହି ଡାକୁଛି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ !ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନିର୍ଦଳୀୟ କର୍ମୀ ଏବଂ ସାଧାରଣ ଜନତା ଙ୍କର ସ୍ୱର ବଦଳିବାରେ ଲାଗିଛି ! ଏଥର ହେବକି ରାଜନୀତିର ପରିବର୍ତ୍ତନ ?ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଏକ ରାଜନୀତିର ପେଣ୍ଠସ୍ଥଳୀ ଭାବେ ଅତୀତରେ ବହୁ ବିବାଦୀୟ କାହାଣୀ ଲେଖିଛି !ଏଥର ଲେଖା ହେବକି ନୂଆ କାହାଣୀ ? ରାଜନୈତିକ ସମୀକ୍ଷାକାରୀ ମାନେ ୨୦୨୪ ନିର୍ବାଚନକୁ ପରିବର୍ତ୍ତନ ର
ଅସ୍ୱାଦ ପାଇବାର ଆଲୋଚନା କରୁଥିବା ବେଳେ ଅନେକ ବୁଦ୍ଧିଜୀବୀ ନିଶ୍ଚିତ ପରିବର୍ତ୍ତନ ହେବାର ଆକାଂକ୍ଷା କରୁଛନ୍ତି ! ଅପରପକ୍ଷରେ ତିର୍ତ୍ତୋଲର ଲଢୁଆ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ ଆରମ୍ଭ କରିଦେଇଛନ୍ତି ବ୍ଲକ ସ୍ତରୀୟ ମାତୃ ଆଶୀର୍ବାଦ ଯାତ୍ରା ! ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକକୁ ନେଇ ଗଠିତ ହୋଇଥିବାରୁ, ନିଜ ଆଞ୍ଚଳିକ ଓ ବ୍ଲକ ପ୍ରତିନିଧି ମାନଙ୍କ ସହିତ ପ୍ରତି ଘର ଘର ବୁଲି ୬୧ ପଞ୍ଚାୟତ ୬୧ ଦିନ ନ୍ୟାୟରେ,ହିମାଂଶୁ ବାବୁ ସାଉଣ୍ଟୁଛନ୍ତି ମାତୃ ଆଶୀର୍ବାଦ !ବହୁ ବିଜ୍ଞବ୍ୟକ୍ତି ଓ ଶିକ୍ଷିତା ବରିଷ୍ଠ ମହିଳା ବଚନବଦ୍ଧ ଯେ ଏଥର ନିଶ୍ଚୟ ପରିବର୍ତ୍ତନ ଆଣିବେ !ବାସ୍ତବରେ ହିମାଂଶୁ ବାବୁଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବାରୁ ବିପକ୍ଷଦଳକୁ ମୁଣ୍ଡବିନ୍ଧାର କାରଣ ପାଲଟିଛି !ଶାସନକଳ ହାତରୁ ଚାଲିଯିବା ଭୟରେ ଶାସକ ସରକାର ଖୋଜୁଛି ବିକଳ୍ପ ରାଜନୀତିର ସୂତ୍ର !ଏମିତିକି ଆଗାମୀ ୨୦୨୪ ନିର୍ବାଚନ ପାଇଁ ଶାସକଦଳରୁ ବହୁ ଆଶାୟୀ, ପ୍ରାର୍ଥୀ ହେବାକୁ ଦାବୀ କରୁଥିବା ବେଳେ କଂଗେସ ପାଇଁ ଏକମାତ୍ର ଦାବିଦାର ପ୍ରାର୍ଥୀ ହେଉଛନ୍ତି ଇଂ. ହିମାଂଶୁ ଭୂଷଣ ମଲ୍ଲିକ !ଯେବେ ସମୀକ୍ଷକ ଙ୍କ ଆକଳନ ସଠିକ ହୁଏ ତେବେ ତିର୍ତ୍ତୋଲର ଗୌରବ ମୁକୁଟ କଂଗ୍ରେସ ମଥାରେ ଲାଗିବାକୁ କେହି ବି ରୋକି ପାରିବେନି ବୋଲି ଚର୍ଚ୍ଚା ଜୋର ଧରିଛି !ଦେଖିବାକୁ ରହିଲା ବାସ୍ତବତା କଣ ? ପରିବର୍ତ୍ତନ ନା ପୁନଃସ୍ଥାପନ !!! ଏହାର ଉତ୍ତର ଦେବେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଜନସାଧାରଣ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




