Entertainment

ମହାପୁରୁଷ ସନ୍ଥ ହାଡ଼ିଦାସ ଙ୍କ ୨୫୨ ତମ ଜୟନ୍ତୀ ମହୋତ୍ସବ ଉଦଯାପିତ।

ବଡ଼ଚଣା,୧୭।୧,(ନି: ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ଠାରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଛତିଆ ବଟ ସନ୍ଥ ମହାପୁରୁଷ ହାଡ଼ି ଦାସ ଙ୍କ ୨୫୨ ତମ ଜୟନ୍ତୀ ଉଦଯାପିତ ହୋଇ ଯାଇଛି। ପ୍ରଥମ ଦିନରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ , ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଭାବେ ପ୍ରାର୍ଥନା ଟିଭିର ପ୍ରବଚକ୍ ପ୍ରମୋଦ କୁମାର ମାଳିକା ପ୍ରବଚନ ଦେଇ ଥିଲେ। ଦ୍ଵିତୀୟ ଦିନରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଯୋଗ ଦେଇ ଥିବା ବେଳେ,ମାଳିକା ପ୍ରବକ୍ତା ବିଭୂତି ପାଲ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ। ଏହି ଦିବ୍ୟ ଉଦଯାପନୀ ଉତ୍ସବରେ ଓଡ଼ିଶାର ଘରେ ଘରେ ପରିଚିତ କୁନି ପ୍ରବଚ କ କେଶବ ଦାସ , ଦ୍ଵିତି କୃଷ୍ଣ ଯୋଗ ଦେଇ ଆଧ୍ୟାତ୍ମିକ ପ୍ରବଚନ ମଧ୍ୟମରେ ଭାଗବତ ଚେତନା ପ୍ରତି ପ୍ରତ୍ୟେକ ମନୁଷ୍ୟ ଜାଗ୍ରତ ହେବ ଦରକାର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ ନାରାୟଣ ମହାପାତ୍ର ଯୋଗ ଦେଇ ଥିଲେ। ହାଡ଼ି ଦାସ ଜୟନ୍ତୀ କମିଟିର ସଭାପତି ଛତିଆ ବଟ ର ମଣିମା ପ୍ରଦ୍ୟୁମ୍ନ ଦାସ, ସମ୍ପାଦକ ଦିଲ୍ଲୀପ ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ। ଉପ ସଭାପତି ଧ୍ରୁବଚରଣ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ, ସହ ସମ୍ପାଦକ ଅଜୟ କୁମାର ନାୟକ, କୋଷାଧ୍ୟକ୍ଷ ଫିରୋଜ ସାମଲ,ନିରଞ୍ଜନ ରାଉତ, ଗୋପାଳ ଲେଙ୍କା, ପ୍ରମୋଦ ରାଉତ,ରାମ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଥିବା ବେଳେ, ସମଗ୍ର ଅଞ୍ଚଳ ବାସି ସହଯୋଗ କରିଥିଲେ। ଏହି ୩ ଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହୋଇ ଥିବା ବେଳେ, ନିତ୍ୟ ପ୍ରସାଦ ସେବନ ର ସୁନ୍ଦର୍ ବ୍ୟବସ୍ଥା ସହିତ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ମାଳିକା ପ୍ରବଚନ ପରିବେଷଣ କରାଯାଇ ଥିଲା ।

 

Related Articles

Back to top button