Entertainment

କଣ୍ଟାମାଳରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

କଣ୍ଟାମାଳ, ତା ୧୭/୧/୨୪: (ପ୍ରଭାତ କୁମାର ସାହୁ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢା ପରିକ୍ରମା ପ୍ରକଳ୍ପକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି l ଏହି ଲୋକାର୍ପଣ ଉତ୍ସବରେ ପୁରୀ ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ରାଜ୍ୟ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଭିଡିଓ କନଫରେନସିଂ ଜରିଆରେ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ସାମିଲ ହୋଇଥିଲେ କଣ୍ଟାମାଳ ବ୍ଲକ ଜନସାଧାରଣ l ବ୍ଲକର ବଡ଼ଚ୍ଛପlପାଲୀ ଗ୍ରାମ ସୀମାନ୍ତ ତେଲନଦୀ କୂଳରେ ଥିବା ଶୈବ ପୀଠ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତଉତ୍ସବରେ ବିଡ଼ିଓ ଶ୍ରୀମତୀ ସାମି ଜୟଶ୍ରୀ ରେଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଣ୍ଟାମାଳ ପଂଚାୟତ ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳି ଖଟୁଆ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ପ୍ରଧାନ, କନିଷ୍ଠଯନ୍ତ୍ରୀ ଦିବ୍ୟଲୋଚନ ନାୟକ,ଡବ୍ଲ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା, ବିଏସଏସଓ ସୂର୍ଯ୍ୟନାରାୟଣ ଦାସ, ବ୍ଲକର କର୍ମଚାରୀ ଗିରିଜାଶଙ୍କର ରାଉତ, ଅର୍ଜୁନଦାସଙ୍କସମେତ ସମସ୍ତବ୍ଲକକର୍ମଚାରୀ, ଏମବିକେ, ସିଆରପି, ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା, ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ! ପରେ ଗାୟିକା ମଞ୍ଜୁଲତା ତ୍ରିପାଠୀଙ୍କ ଦ୍ଵାରା
ରାମାୟଣ, ପାରାୟଣ, ଓ ସାଂସ୍କୃତିକ କାର୍ଯକ୍ରମଅନୁଷ୍ଠିତ ହୋଇଥିଲା! ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button