ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଯାପିତ ସାହିତ୍ୟ, କଳା ଓ ସଂସ୍କୃତି ପୁନର୍ଜୀବିତ କରିଥାଏ ମଞ୍ଚ


କଣ୍ଟାମାଳ,୧୭।୧: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆୟୋଜିତ ହୋଇଥିବା ଐତିହାସିକ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି l ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବୌଦ୍ଧ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ, ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ବୈଜୟନ୍ତି ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହି ସାହିତ୍ୟ, କଳା ଓ ଲୋକ ସଂସ୍କୃତି ପୁନର୍ଜୀବିତ କରିଥାଏ ମଞ୍ଚ ବୋଲି କହିଥିଲେ l ଏହି ଅବସରରେ ପୁରୁଣାକଟକର ଭୈରବୀ ଲୋକ ମହୋତ୍ସବ କମିଟି, ବିରଣରସିଂହପୁର ଗଡଜାତ ଲୋକ ମହୋତ୍ସବ କମିଟି ଏବଂ ଚିତ୍ରଶିଳ୍ପୀ ପ୍ରମୋଦ କୁମାର ତଣ୍ଡିଆଙ୍କୁ ଖଡ଼ଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଥିଲା l କମିଟି ସଭାପତି ମନୋଜ ଦାଶ ସଭାପତିତ୍ବ କରିଥିଲେ l ମନ୍ଦରଧର ବେହେରା ଧନ୍ୟବାଦ ଦେଇଥିଲେ l ପରେ ଅତିଥି କଳାକାର ଭାବେ ଯୋଗଦେଇଥିବା ଟେଲି ଅଭିନେତ୍ରୀ ସୁଶ୍ରୀ ସବିତାଙ୍କ ନୃତ୍ୟ, ବରଖାମାର ଜୀବନ ଜ୍ୟୋତି କଳା ପରିଷଦ, ଗନ୍ଧରାଡି କଳା ପରିଷଦ ଜଗତି ଏବଂ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ଭରପର ମନୋରଞ୍ଜନ ଯୋଗାଇଥିଲା l ମହୋତ୍ସବ ପଡିଆରେ ଲାଗିଥିବା ମିନାବାଜର ଷ୍ଟଲ ଏବଂ ଚୁଟକୁଲା ଖାଦ୍ୟର ମଜା ନେଇଥିଲେ ହଜାର ହାଜର ଦର୍ଶକ l ପୋଲିସ ବିଭାଗ, ବିଦ୍ୟୁତ ବିଭାଗ, ବିଭିନ୍ନ ଶିକ୍ଷନୁଷ୍ଠାନ, ସମାଜସେବୀ ଏବଂ କମିଟିର ସମସ୍ତ ସଦସ୍ୟ ମହୋତ୍ସବର ସଫଳ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍




