Entertainment

ଜମିଗଲା ନନ୍ଦନକାନନ ରେ ବନ୍ଧୁ ମିଳନ ଉତ୍ସବ !

ତିର୍ତ୍ତୋଲ –: କଥାରେ ଅଛି ଦୂର ପରବତ ସୁନ୍ଦର ଲାଗଇ, ଦେଖିବାକୁ ମନ ଉଚ୍ଛନ୍ନ, କିମିଆ କରିସେ ଆକର୍ଷଣ କରେ ଛୁଇଁବାକୁ ତାର ଚରଣ ! ଆମେ ଏଠାରେ କହୁଛୁ ଭୁବନେଶ୍ୱର ନନ୍ଦନକାନନ କଥା ! ବନ୍ଧୁମିଳନ ପାଇଁ ଜଗତସିଂହପୁର ସମୁଦ୍ର କୂଳ ଠାରୁ ଆରମ୍ଭ କରି ବିଭିନ୍ନ ସୌନ୍ଦର୍ଯ୍ୟ ଭରା ସ୍ଥାନ ଥିଲେ ବି ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ୧୯୮୯ ମସିହା ବ୍ୟାଚର ବିଦ୍ୟାର୍ଥୀ ମାନେ ଭୁବନେଶ୍ୱର ନନ୍ଦନକାନନ ବାଟାନିକାଲ ପାର୍କ ର ୧୦ ନମ୍ବର ପିଣ୍ଡି କୁ ଆକର୍ଷିତ ହୋଇ ଧାଇଁଗଲେ ପରିବାର ସହିତ !ସେଠାରେ ଚାଲିଲା ବନ୍ଧୁ ମିଳନ ବନାମ ପିଲାଳିଆମୀ ନୃତ୍ୟ ଗୀତର ଆସର ! ସମସ୍ତେ ଉପଭୋଗ କଲେ ମିଳନ ଉତ୍ସବ କୁ ! ଦୀର୍ଘ ୩୪ ବର୍ଷ ପରେ ସମ୍ମିଳିତ ହୋଇ ନାହିଁ ନଥିବା ଖୁସିରେ ମସଗୁଲ ହେଲେ ସାଙ୍ଗସାଥି ଓ ସେମାନଙ୍କର ପରିବାର !କିଛି ସମୟ ପାଇଁ ଭୁଲିଗଲେ ଯେ କିଏ କୋଉ ପ୍ରଫେସନ ରେ ଅଛି ! ଆୟୋଜକ ମାନଙ୍କ ମଧ୍ୟରେ ଆଡ଼ଭୋକେଟ ପଙ୍କଜ ବାସିନୀ ମହାନ୍ତି,ଲୋପାମୁଦ୍ରା ପଟ୍ଟନାୟକ,ଶରତ କୁମାର ଦାଶ, ମନୋରଞ୍ଜନ ମହାନ୍ତି,ପ୍ରତାପ ନାୟକ, ରମେଶ ମହାପାତ୍ର,ପ୍ରଦୀପ୍ତ ମହାପାତ୍ର, ବିଜୟ ମହାପାତ୍ର,ସନ୍ତୋଷ ଖୁଣ୍ଟିଆ, ପ୍ରିୟମ୍ବଦା ମହାପାତ୍ର,ସୁଯ୍ୟ ନାରାୟଣ ନାୟକ, ଶତାବ୍ଦୀ ବିଶ୍ୱାଳ,ମନ୍ଦାକିନୀ ପଣ୍ଡା, ଗୀତାଞ୍ଜଳି ମହାପାତ୍ର,ରାଜଶ୍ରୀ ମହାନ୍ତି, ବିରଞ୍ଚି ଦାଶ,ରବୀନ୍ଦ୍ର ଦାସ, ଉର୍ମିଳା ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ! ନବବର୍ଷ ୨୦୨୪ ର ନୂଆ ଉନ୍ମାଦନା ବନ୍ଧୁମିଳନକୁ ସରସ ସୁନ୍ଦର କରିପାରିଛି ବୋଲି ସମସ୍ତ ସାଥିମାନେ ମତ ଦେଇଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button