ଐତିହାସିକ ଅମରାବତୀ ମହୋତ୍ସବ ର ପ୍ରଥମ ସନ୍ଧ୍ୟା, ଝୁମିଲେ ଦର୍ଶକ।


ବଡ଼ଚଣା,୧୬।୧.(ନି: ପ୍ର) ଝଲସିଲା ଅମରାବତୀ ମହୋତ୍ସବ ର ପ୍ରଥମ ସନ୍ଧ୍ୟା, ମହୋତ୍ସବର ମଜା ନେଉ ଛନ୍ତି ଶହ ଶହ ଦର୍ଶକ। ଉଦ୍ଘଟକ ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ପ୍ରଦୀପ ପ୍ରଯୋଲାନ କରି ମହୋତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଅରବିନ୍ଦ ସାମଲ,ଯାଚିନ୍ଦ୍ର ନାୟକ, ସସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ଉପା ଧକ୍ଷ ଗଣେଶ୍ୱର ବରାଳ, ନିରଞ୍ଜନ ସେନାପତି, ମିହିର ସ୍ୱାଇଁ, ଅମର ମହାନ୍ତି ଙ୍କ ସମେତ ସ୍ଥାନୀୟ ଛତିଆ,ସୋଲାର, ଚମ୍ପାପୁର୍, ନେଳିଆ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବରିଷ୍ଠ ମୂରବୀ ମାନେ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ଐତିହାସିକ ଅମରା ବତୀ ମହୋତ୍ସବ ଆରମ୍ଭ ହୋଇ ଯାଇଛି।

ଓଡ଼ିଶାର ପଞ୍ଚ କଟକ ମଧ୍ୟରୁ ଏହି ଐତିହାସିକ ଅମରାବତୀ କଟକ ହେଉଛି ଅନ୍ୟତମ। କିମ୍ବଦନ୍ତୀ ଅନୁସାରେ ୧୧ ଶହ ଶତାନ୍ଧି ସମୟ ଠାରୁ ରାଜା ଯଯାତିକେଶରୀ ଓ ତାଙ୍କ ପରେ ଗଙ୍ଗ ବଂଶୀୟ ରାଜା ତଥା ରାଜା ବସୁକଳ୍ପ କେଶରୀ ଙ୍କ ଦ୍ଵାରା ଏହି ରାଜ ଦୁର୍ଗ ର ନିର୍ମାଣ ହୋଇ ଥିବା ଇତିହାସରୁ ଜଣାଯାଏ। ଓଡ଼ିଶାର ମହିମାମଣ୍ଡିତ ସଂସ୍କୃତି ,କଳା, ବିରତ୍ଵ ତଥା ତତ୍କାଳୀନ ରାଜତ୍ଵ ର ଐତିହାସିକ ଗାଥା ବହନ କରି ମୂକ ସାକ୍ଷୀ ରୂପେ ଆଜିବି ଦଣ୍ଡାୟମାନ ହୋଇ ରହିଛି ସେହି ଅମରା ବତୀ ଦୁର୍ଗ। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ପ୍ରଚେଷ୍ଟାର ଫଳରେ ଐତିହାସିକ ଅମରା ବତୀ ମହୋତ୍ସବ ସଫଳ ହୋଇଛି। ଆଦ୍ୟ ୧୬-୧-୨୪ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ମହୋତ୍ସବ ପରିଚାଳନା କମିଟି ସଭାପତି ପ୍ରତାପ ସାହୁ । ତେବେ ଏହି ମହୋତ୍ସବ କୁ ସଫଳ କରିବା ସହିତ ପ୍ରତ୍ୟହ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନଙ୍କ ଗହଣରେ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ପରିଚାଳନା କମିଟି ପକ୍ଷରୁ ସୂଚନା ଜଣାପଡିଛି।
ପ୍ରଥମ ସନ୍ଧ୍ୟାରେ ଉଦୀୟ ମାନ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବା ବେଳେ, ମିନା ବଜାର, ବିଭିନ୍ନ ପ୍ରକାର ଦୋଳି ଶତାଧିକ ଦର୍ଶକ ଙ୍କ ମନ ମୋହିଥିଲା।





