Entertainment

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଅଞ୍ଚଳର ପ୍ରଗତିକୁ ରୁଦ୍ଧିମନ୍ତ କରେ ମହୋତ୍ସବ

i

କଣ୍ଟାମାଳ,୧୬।୧: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆୟୋଜିତ ହେଉଥିବା ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଚଳଚିତ୍ର ଅଭିନେତ୍ରୀ ସସ୍ମିତା ସାହୁଙ୍କ ଅନ୍ୟମନସ୍କ ଓ ଲେଲେ ବଉଳ ସମ୍ବଲପୁରୀ ଗୀତର ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ l କମିଟି ସଭାପତି ମନୋଜ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ

ସାଂସ୍କୃତିକ ସଭାରେ ଓଡିଶା ହସ୍ତତନ୍ତ୍ର ବିଭାଗ ଉପଦେଷ୍ଟା ସୌଭାଗ୍ୟ ରଞ୍ଜନ ନାଏକ ମୁଖ୍ୟଅତିଥି, ବୌଦ୍ଧ ଆଇନଜୀବୀ ଅଶୋକ ସାହୁ ମୁଖ୍ୟବକ୍ତା ଏବଂ ବୌଦ୍ଧ ବିସିସିବି ସଭାପତି ଅରୁଣ ପ୍ରଧାନ, ଯୁବନେତା ନିହାର ରଞ୍ଜନ ବେହେରା, ଆଇନଜୀବୀ ମନୋଜ ଶର୍ମା, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ, ବୌଦ୍ଧ ବ୍ଲକ ବିଜେଡି ସଭାପତି ବାଳମୁକୁନ୍ଦ ମେହେର,

ବିଜେଡି ପ୍ରଭାତ ପ୍ରଧାନ, ଖୁଣ୍ଟିଗୋରା ନାଏବ ସରପଞ୍ଚ ରବିଚନ୍ଦ୍ର ମହାକୁଡ଼ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହି ଅଞ୍ଚଳର ପ୍ରଗତିକୁ ରୁଦ୍ଧିମନ୍ତ କରେ ମହୋତ୍ସବ ବୋଲି ମତବ୍ୟକ୍ତ କରିଥିଲେ l ସଦସ୍ୟ ପ୍ରଶାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଲୋଇସିଂହା ଶଙ୍କର ବେହେରାଙ୍କ ସଂଗୀତ ସାଧନା ଅନୁଷ୍ଠାନର ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ରଙ୍ଗାରଙ୍ଗ ନୃତ୍ୟଗୀତ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button