ପଲସାଗୋରା ମକର ମେଳା ଅବସରରେ ଚାଲିଥିବା ଜଳନ୍ଧର ଦରବାରରେ ରାଜ ଅତିଥି ଭାବେ ଯୋଗଦେଲେ ବିଜୟ ପଟ୍ଟନାୟକ ।


କଣ୍ଟାମାଳ, ୧୬/୧/୨୪ ( ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ମକର ପଡିଆରେ ଚାଲିଥିବା ପ୍ରଥମ ଜଳନ୍ଧର ଦରବାରରେ ମଙ୍ଗଳବାର ଦ୍ଵିତୀୟ ସଂଧ୍ୟାର କାର୍ଯ୍ୟକ୍ରମରେ ରାଜ ଅତିଥି ଭାବେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ରମାକାନ୍ତ ସାହୁ, ସରୋଜ ପ୍ରଧାନ,ଓବିସି ରାଜ୍ୟ ଉପସଭାପତି କେଶବ କ୍ଷେତୀ ଯୋଗ ଦେଇଥିଲେ | ଦରବାରକୁ ଦିଲ୍ଲୀପ କୁମାର ମହାନ୍ତି ଓ ଅଚ୍ୟୁତ ଖମାରି ପରିଚାଳନା କରିଥିଲେ!ମକର ଯାତ୍ରା ଅବସରରେ ପ୍ରଥମ ଥର ପାଇଁ ମକର କମିଟି ଦ୍ୱାରା ପଲସାଗୋରା ମକର ପଡିଆରେ ଜଳନ୍ଧର ଦରବାର ଆୟୋଜିତ ହୋଇଥିବାରୁ ହଜାର ହଜାର ଦର୍ଶକ ଉପସ୍ଥିତ ରହି ନାଟକ ଉପଭୋଗ କରୁଛନ୍ତି । ଜଳନ୍ଧର ଭୂମିକାରେ ମନୋରଞ୍ଜନ ଚିରଗୁନିଙ୍କ ନିଖୁଣ ଅଭିନୟରେ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି | ଏହି ମକର ମେଳାରେ ବାଣିଜ୍ୟ ମେଳା , ମୀନାବଜାରରେ ଦର୍ଶକଙ୍କ ଭିଡ଼ ବହୁତ ଜମୁଛି |ମକର ମେଳା କମିଟିର ସଭାପତି ରବୀନ୍ଦ୍ର ପ୍ରଧାନ, ସମ୍ପାଦକ ଗୌର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଶିଷ କ୍ଷେତୀ, ମାରାଡୋନାଙ୍କ ସମତେ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଜଳନ୍ଧର ଦରବାରରେ ଜିଲା ଓ ଜିଲା ବାହାରୁ ଆସିଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲଦୁଲି ଓ ଡାଲଖାଇ ନୃତ୍ୟକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




