Entertainment

ନାରାୟଣପ୍ରସାଦରେ ମକର ମେଳା ଉଦଯାପିତ ,

କଣ୍ଟାମାଳ, ୧୬/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମରେ ପ୍ରାୟ ୪୦ ବର୍ଷ ଉର୍ଦ୍ଧରୁ ପାଳିତ ହୋଇ ଆସୁଥିବା ମକର ମେଳା ଏ ବର୍ଷ ମଧ୍ୟ ବଡ଼ ଧୂମ ଧାମରେ ପାଳିତ ହୋଇଯାଇଛି। ନିକଟସ୍ଥ ଶିବ ମନ୍ଦିରରେ ୨ ଦିନ ଧରି ପାଳିତ ଉକ୍ତ ମେଳା ମକର ସଂକ୍ରାନ୍ତୀରୁ ଆରମ୍ଭ ହୋଇ ତାପର ଦିନ ଉଦଯାପିତ ହୋଇଥାଏ। ତେଣୁ ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ, ସଂଧ୍ୟାରେ ଦଣ୍ଡନୃତ୍ୟ, ସାଂସ୍କୃତିକ ରଙ୍ଗାରଙ୍ଗ ମଞ୍ଚ ଆୟୋଜିତ ହୋଇଥିଲା। ପ୍ରାୟ ହଜାର ହଜାର ଶ୍ରଦ୍ଧାଳୁ ଆଖ ପାଖ ଏପରିକି ପଡୋଶୀ କନ୍ଧମାଳ ଜିଲ୍ଲାର ବହୁଲୋକ ଏହି ମେଳାରେ ସାମିଲ ହୋଇ ଅନ୍ନପ୍ରସାଦ ଖାଇଥିଲେ।ନାମଯଜ୍ଞରେ କର୍ତ୍ତା ଭାବେ ସପନ୍ତୀକ ଶ୍ରୀମତୀ ରେବତୀ ମାଝୀ ଓ ପ୍ରମୋଦ ମାଝୀ ଦାୟିତ୍ୱ ତୁଲାଇଥିବା ସ୍ଥଳେ ପଣ୍ଡିତ କ୍ଷୀରୋଦ୍ର ପାଣିଗ୍ରାହୀ ପୂଜା ଓ ଯଜ୍ଞକାର୍ଯ୍ୟ କରିଥିଲେ।ମକର ମେଳା ପରିଚାଳନା କମିଟୀର ସଦସ୍ୟ ନିରଞ୍ଜନ ଗାଇଗୌରିଆ, ବିନୋଦ କୁମାର ସାହୁ, ସାମନ୍ତ ମାଝୀ,ଘନ ଶ୍ୟାମ ବୁଡ଼ାଏକ, ଉଦ୍ଦେଶ୍ଵର ଠେଲା ,
ମକାରୁ ପାତ୍ର, ଭାସ୍କର ପ୍ରଧାନ, ଶେଷ ଦେବ ବଗର୍ତ୍ତୀଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button