Entertainment

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ରୁକୁ ସୁନାଙ୍କ ଗୀତରେ ଝୁମିଲେ ଦର୍ଶକ 

 

 

କଣ୍ଟାମାଳ,୧୫।୧: (ପ୍ରଭାତ କୁମାର ସାହୁ)ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ବୋଲି ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଅନୁଷ୍ଠିତ ହେଉଥିବା ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟବକ୍ତା ଭାବେ ଲକ୍ଷ୍ମଣ ମେହେର ଯୋଗଦେଇ ଏହା କହିଛନ୍ତି l କାର୍ଯ୍ୟକ୍ରମରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟଅତିଥି, ବଲାଙ୍ଗୀର ପୂର୍ବତନ ବିସିସି ସଭାପତି ଶ୍ରୀ ମେହେର ମୁଖ୍ୟବକ୍ତା, ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି ବାରିକ, ଅମ୍ବାଗାଁ ସରପଞ୍ଚ ପ୍ରତିମା ରଣା, କୁଲୁତାଯୋର ସରପଞ୍ଚ ଚୁମୁକି ଭୋଇ, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, କଣ୍ଟାମାଳ ସରପଞ୍ଚ ଦୀପାଞ୍ଜଳି ଖଟୁଆ, ସୁଷମା ବେହେରା, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଆଦିବାସୀ ନେତା ପିତାମ୍ବର ଭୋଇ, ସୁରଥ ମେଣ୍ଡିଲି, ବରିଷ୍ଠ ଆଇନଜୀବୀ ରାମସିଂ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସମାଜସେବୀ ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା ଓ ଅଭିରାମ ରଣା ଧନ୍ୟବାଦ ଦେଇଥିଲେ l ପରେ ସ୍ଥାନୀୟ ଅଞ୍ଚଳର କଳାକାର, ବରଗଡ଼ ଜିଲା ଭୁତିଆରବାହାଲର ଦୁଲଫୁଲ କଳା ପରିଷଦ ଓ ମେଲୋଡି ବାଦଶାହା ରୁକୁ ସୁନାଙ୍କ ମିସ କରୁଛେଁ ବାରମ୍ବାର ଗୀତରେ ମତୁଆଲା ହୋଇଥିଲେ ଦର୍ଶକ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button