Entertainment

ମହାପୁରୁଷ ସନ୍ଥ ହାଡ଼ିଦାସ ଙ୍କ ୨୫୨ ତମ ଜୟନ୍ତୀ ଅନୁଷ୍ଠିତ।

ବଡ଼ଚଣା,୧୫।୧,( ନି: ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ଠାରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଛତିଆ ବଟ ର ଦିଗ ବିଜୟୀ ସନ୍ଥ ମହାପୁରୁଷ ହାଡ଼ି ଦାସ ଗୋସାଇଁ ୨୫୨ତମ ଜୟନ୍ତୀ ଆନୁଷ୍ଠାନିକ ଭାବେ ପାଳିତ ହୋଇ ଯାଇଛି। ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମ ରେ ଉଦ୍ଘଟକ ଭାବେ ଯାଜପୁର ସାଂସଦ ସର୍ମିଠା ସେଠୀ ଯୋଗ ଦେଇ ଥିବା ବେଳେ, ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶୋଭନ କର, ଜିଲ୍ଲାପରିଷଦ ଜଚିନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ,ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ଵାଳ ଯୋଗ ଦେଇ ଥିଲେ। ହାଡ଼ି ଦାସ ଜୟନ୍ତୀ କମିଟିର ସଭାପତି ପ୍ରଦ୍ୟୁମ୍ନ ଦାସ ଯୋଗ ଦେଇ ଥିବା ବେଳେ ସମ୍ପାଦକ ଦିଲ୍ଲୀପ ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ। ଉପ ସଭାପତି ଧ୍ରୁବଚରଣ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ, କୁନି କୁନି ପ୍ରତିଭା ମାନଙ୍କୁ ଅତିଥି ଙ୍କ କରକମଳରେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ୩ ଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ଥିବା ବେଳେ, ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ମାଳିକା ପ୍ରବକ୍ତା ପ୍ରମୋଦ କୁମାର ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। ହାଡ଼ି ଦାସ ଜୟନ୍ତୀ କମିଟି ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉ ଥିବା ବେଳେ,ଶତାଧିକ ଶ୍ରଦ୍ଧାଳୁ ଙ୍କ ହରିବୋଲ ହୁଳହୁଳୀରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା।

Related Articles

Back to top button