ପ୍ରଜ୍ଞାଶିରୋମଣି ପ୍ରତିଷ୍ଠାନ ର ୬୦ ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ।

ତିର୍ତ୍ତୋଲ ::-ଆମ ରାଜ୍ୟର ଏକ ଅଗ୍ରଣୀ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନ ର ୬୦ ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମକରସଂକ୍ରାନ୍ତି ସୋମବାର ଦିନ ତିର୍ତ୍ତୋଲ ବ୍ଲକ ଅଧିନ ମୁଲିଶିଂ ପଞ୍ଚାୟତ କାବଲ୍ ପୁର (ବାଘୁଆବାରି) ସ୍ଥିତ ବିଧାର ଗୋସାଇଁ ଙ୍କ ପୀଠ ସ୍ଥଳି ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନ ର ସଭାପତି ଡକ୍ଟର ସୁଧାକର ଦାସ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ବିଧାର ଗୋସେଇଁ ଙ୍କ ଜନ୍ମୋତ୍ସବ ପାଳନ ସହିତ ସ୍ୱର୍ଗତ ଡକ୍ଟର .କୁନୁ ମୁନି ପଟ୍ଟନାୟକ ସ୍ମୃତିସମ୍ମାନ ୨୦୨୩-୨୦୨୪ , ବିଭିନ୍ନ କ୍ଷେତ୍ରରେ ସ୍ଵୟଂ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥିଲା। ଏହି ସ୍ମୃତିସମ୍ମାନ ର ବିଜେତା ପାରାଦୀପର ହାରାମଣି ମହାପାତ୍ର , ଓ ପାକନ ପୁରର ବିଜୟ ଲକ୍ଷ୍ମୀ ମହାପାତ୍ର ଙ୍କୁ ମାନପତ୍ର ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ, ଜଟ ବେହେରା, ସାରଦା ପ୍ରସନ୍ନ ନାୟକ , ପ୍ରତାପ ଚନ୍ଦ୍ର ବିଶ୍ୱାଳ , ସରୋଜ କୁମାର ତ୍ରିପାଠୀ , ରବୀନ୍ଦ୍ର ନାଥ ପାତ୍ର , ପଦ୍ମଚରଣ ଖୁଣ୍ଟିଆ , ବାବାଜୀ ପଣ୍ଡା , କୃଷ୍ନଚନ୍ଦ୍ର ପଣ୍ଡା, ସୁଦର୍ଶନ ମହାନ୍ତି , ବ୍ରଜ କିଶୋର ମହାନ୍ତି , ଗଣେଶ୍ୱର ନାୟକ, ଲକ୍ଷ୍ମୀଧର ଦାସ , ଯୁଝ୍ ଭୋଇ , ନିରଞ୍ଜନ ଦାସ, ସୁଦାମ ଦାସ , କାର୍ତ୍ତିକ ଭୋଇ ଓ ପଞ୍ଚୁ ପ୍ରଧାନ ଙ୍କୁ ଭାଷା ସାହିତ୍ୟ ସଂସ୍କୃତି, ସମାଜ ସେବା , କାରିଗରୀ ଓ କଳାକୌଶଳ ପ୍ରଦର୍ଶନ ଆଦି ନିମନ୍ତେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇ ଥିଲା !ଏହି ଉପଲକ୍ଷେ ଆୟୋଜିତ ସାରସ୍ଵତସଭା ଅଧ୍ୟାପକ ରମାରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ମୂଖ୍ୟଅତିଥି ଚୌଧୁରୀ ବରଦା ପ୍ରସନ୍ନ ଦାସ ମୁଖ୍ୟବକ୍ତା ଆରତୀ ତ୍ରୀପାଠୀ ଓ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଶ୍ରୀକାନ୍ତ ଦାଶ , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , କବି କୈଳାଶ ଚନ୍ଦ୍ର ସ୍ୱାଇଁ , ଅଜୟ ଦାସ , ଅଲେଖ ଚନ୍ଦ୍ର ବେହେରା , ଉମାକାନ୍ତ ନାୟକ , ସୁଭାଷ ଚନ୍ଦ୍ର ବିଶ୍ୱାଳ , ଅଦୈତ୍ ସାହୁ , ପ୍ରମୋଦ ଦାଶ , ବଂଶୀଧର ବେହେରା ଓ ଭାସ୍କର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନ ର ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅଷ୍ଟଶମ୍ଭୁ ନାଥଜି ଙ୍କୁ ନୂତନ ମହନ୍ତ ଭାବେ ଅଭିଷିକ୍ତ କରାଗଲା। ପରିଶେଷରେ ମଠ ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




