Entertainment

ବିଏମସି 35 ନମ୍ବର ୱାର୍ଡରେ ବୁଲିଲା ଜୟ ଜଗନ୍ନାଥ ଅର୍ପଣ ରଥ.

ଭୁବନେଶ୍ୱର ଆଜି ବିଏମସି 35ନମ୍ବର ୱାର୍ଡରେ ବଡ ଭକ୍ତି ମୟ ପରିବେଶ ମଧ୍ୟରେ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଅର୍ପଣ ରଥ ପରିକ୍ରମଣ କରିଥିଲା. ଇୟୁନିଟ 9 ଶିବ ମନ୍ଦିରରୁ ଶଙ୍ଖ, ହୁଲୁହୁଲିରେ ଫାଟିପଡୁଥିଲା ଓ ବଡ ଉତ୍ସାହର ସହିତ ଭକ୍ତ ମାନେ ଚିତା ଝୋଟି ପକାଇ ଭଜନ କୀର୍ତନ କରି ଗୁଆ ଚାଉଳ ଆଣି ଅର୍ପଣ ରଥରେ ନିବେଦନ କରୁଥିବାର ଦେଖାଯାଇଥିଲା.35 ନମ୍ବର ୱାର୍ଡର ଭର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ଅର୍ପଣ ରଥ ପରିକ୍ରମରେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି କମିଶନର, ଜେଡିସି ମ୍ୟାଡ଼ାମ, ୱାର୍ଡ ଅଫିସର, ସମସ୍ତ ଏସଏଚଜି ଗ୍ରୁପର ଭଉଣୀମାନେ, ସମସ୍ତ ବିଜୁ ଆଦର୍ଶ କଲୋନୀର ବାସିନ୍ଦା ତଥା ମା ଭୁବନେଶ୍ୱରୀ ମନ୍ଦିରର ସମସ୍ତ ଭକ୍ତ ମାନେ ଏହି ଅର୍ପଣ ରଥ ସାଙ୍ଗରେ ସବୁ ସାହି ଗଳି କନ୍ଦି ବୁଲି ଶେଷରେ ଇୟୁନିଟ 3ସ୍ଥିତ ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ପ୍ରସାଦ ସେବନ କରିଥିଲେ. ଆଜି ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୁଆ ଚାଉଳ ଅର୍ପଣ କରିଛନ୍ତି, ଧୂପ ଦୀପ ଜାଳି ନଡ଼ିଆ ବାଡେଇ ହରିବୋଲ ହୁଲୁହୁଲି ପକାଇ ରଥକୁ ସ୍ୱାଗତ କରିଥିବାରୁ ପଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ, ୱାର୍ଡ ବାସି ତଥା ଭୁବନେଶ୍ୱର ବାସିଙ୍କୁ ଜଗନ୍ନାଥ ସୁଖରେ ଶାନ୍ତିରେ କୃପା କରନ୍ତୁ ବୋଲି କହିଛନ୍ତି କର୍ପୋରେଟର ରଞ୍ଜୁଲତା ରାୟ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button