ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ସମ୍ମିଳିତ ଉଦ୍ୟମରେ ମହୋତ୍ସବ ସୁନାମ ଅର୍ଜନ କରିବ


କଣ୍ଟାମାଳ,୧୪।୧: (ପ୍ରଭାତ କୁମାର ସାହୁ)ସାମହିକ ସହଯୋଗ ରହିଲେ ଖଡ଼ଙ୍ଗ ଲୋକ ମହୋତ୍ସବ ଆଗାମୀ ଦିନରେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିବ ବୋଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆୟୋଜିତ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ଦ୍ଵିତୀୟ

ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି l ମନୋଜ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଏବଂ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କସୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ସୁଧିର ମହାକୁଡ଼, ବାଲିଗୁଡା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ କବିରାଜ ରଣା, ସାଂସଦ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁ, ରାଧାବଲ୍ଲଭ

ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ସଭା ପ୍ରାରମ୍ଭରେ ଆମ୍ବଗାଁ ହାଇସ୍କୁଲର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ସମାଜସେବୀ ପ୍ରେମରାଜ ରଣା ମଞ୍ଚ ପରିଚାଳନା ଓ ସଦସ୍ୟ ବଂଶୀଧର ମାଝୀ ଧନ୍ୟବାଦ ଦେଇଥିଲେ l ପରେ କଣ୍ଟାମାଳ ପ୍ରଗତି ସାଂସ୍କୃତିକ ଅନୁଷ୍ଠାନର ଦୁଲଦୁଲି, ତୁଷୁରା କୃଷ୍ଣପ୍ରିୟା କଳାପରିଷଦର ଘୁଡୁକା ନୃତ୍ୟ ଏବଂ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅତିଥି କଳାକାର ଭାବେ ଟେଲି ଅଭିନେତ୍ରୀ ହିରଣ୍ମୟୀ ଦାଶ ଯୋଗଦେଇ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ l ସୁଶାନ୍ତ ବାରିକ ଓ ପ୍ରଶାନ୍ତ ରଣା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହିତ ମହୋତ୍ସବ ପଡିଆରେ ମିନାବଜାର ଓ ବିଭିନ୍ନ ଚୁଟକୁଲା ଖାଦ୍ୟର ଭରପୁର ମଜା ନେଇଥିଲେ ଦର୍ଶକ l ଆବାହକ ଧିରୋଜ ଭୋଇ, ସଭାପତି ମନୋଜ ଦାଶ, ସମ୍ପାଦକ ଭକ୍ତ ସାହୁ ଏବଂ ଖଡ଼ଙ୍ଗ ଲୋକ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




