Entertainment

ବ୍ୟାସ ଫାଉଣ୍ଡେସନ ର ତୃତୀୟ ବାର୍ଷିକୋତ୍ସବ ଓ ପତ୍ରିକା ଉନ୍ମୋଚନ 

 

ପାରାଦ୍ୱୀପ –: ପ୍ରତି ତିନି ମାସରେ ଥରେ ଆଧ୍ୟାତ୍ମିକ ଧର୍ମୀ ପତ୍ରିକା ପ୍ରକାଶନ କରି ସାରା ଓଡ଼ିଶାରେ ଉତ୍କଳୀୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖି ଆସିଥିବା ବ୍ୟାସ ଫାଉଣ୍ଡେସନ ତାର ତୃତୀୟ ବାର୍ଷିକ ଉତ୍ସବ ଏବଂ ଗୀତା ଜ୍ଞାନା଼ଂଜନ ପତ୍ରିକାର ଅଷ୍ଟମ ସଂଖ୍ୟା ପାରାଦୀପ ମଧୁବନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ! ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଏହି ସାରସ୍ୱତ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକୀୟ ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ବରେଣ୍ୟ ଅତିଥି ଭାବେ ଭଗବତ୍ ପୁତ୍ର ବାବା ସତ୍ୟlନନ୍ଦ ଦାସ ମହାରାଜ ଥିବାବେଳେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀଯୁକ୍ତ ପି.ଏଲ୍ ହରନlଦ ! ସମ୍ମାନିତ ଅତିଥିଭାବେ ପାରାଦ୍ଵୀପ ମୁନିସପାଲିଟି ର ପୌର ପରିଷଦ ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ,ଡାଇରେକ୍ଟର ୟୁରୋ ନେଫ୍ରୋ ଏକ୍ସଲେନ୍ସୀ ଡାକ୍ତର ଦେବଦର୍ଷୀ ରଥ, ଓଟିଭି ର ପ୍ରୋଗ୍ରାମ ପ୍ରଡ୍ୟୁଷର୍ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଅଭିନନ୍ଦନ ଦାସ, ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ,ଅତିରିକ୍ତ ସରକାରୀ ଓକିଲ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦାସ,ଅଧ୍ୟକ୍ଷ ଆତ୍ମା ତଥା ବ୍ୟାସ ଫାଉଣ୍ଡେସନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବ୍ୟାସ ଫାଉଣ୍ଡେସନର ନିରନ୍ତର ସେବା ପାଇଁ ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ! ତତସହିତ ଫାଉଣ୍ଡେସନ ର ସଭାପତି ସିଦ୍ଧେଶ୍ୱର ପଣ୍ଡା ଙ୍କ ଗୀତା ଜ୍ଞାନାଂଜନ ପତ୍ରିକା ମାଧ୍ୟମ ରେ ସମାଜ ରେ ଆଧ୍ୟାତ୍ମିକ ଅବକ୍ଷୟ କୁ ସୁଧାରିବା ର ପ୍ରୟାସ କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ଗୀତା ଶାସ୍ତ୍ରବିତ୍ ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ ଅତିଥି ପରିଚୟ ଗୀତା ର ପଞ୍ଚଦଶ ଅଧ୍ୟାୟ ପଠନ କରିଥିବା ବେଳେ,ଉପସଭାପତି ଶ୍ରୀମତୀ ରଶ୍ମିତା ନାୟକ,ସମ୍ପାଦନା ପ୍ରମୁଖ ପଣ୍ଡିତ ହୃଷୀକେଶ ଆଚାର୍ଯ୍ୟ ,ସଂଗଠନ ସମ୍ପାଦକ ଡ. ସୁନାକର ବେହେରା,ଶ୍ରୀଯୁକ୍ତ ବିବେକାନନ୍ଦ ହୋତା (ବୁଟୁ ଭାଇ) ,ଶ୍ରମିକ ନେତା ରାକେଶ ପଟ୍ଟନାୟକ, ପାରାଦ୍ଵୀପ ସମ୍ପାଦକ ମିହିର ରଞ୍ଜନ ସାହୁ,ବ୍ୟାସ ଫାଉଣ୍ଡେସନ ପାଇଁ ସମର୍ପିତ କୁଜଙ୍ଗ ସମାଗୋଳ ଜେଲ୍ ସୁପରିନ୍ଟେଣ୍ଡେନ୍ଟ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ ପ୍ରମୁଖ ଫାଉଣ୍ଡେସନ ର ଦୈନିନ୍ଦିନ କାର୍ଯ୍ୟ କଳlପ ତଥା ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ବାର୍ଷିକ ଉତ୍ସବ ରେ ଜିଲ୍ଲା ରୁ ବିଭିନ୍ନ ସେବା ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷ ଙ୍କୁ ବ୍ୟାସ ପୁତ୍ର,ବ୍ୟାସ ପ୍ରତିଭା,ବ୍ୟାସ ଆଦର୍ଶ ଦମ୍ପତି, ଚକୋର ଚକୋରୀ ସମ୍ମାନ, ରେ ସମ୍ମାନିତ କରାଯାଇଥିଲା l ପରିଶେଷ ରେ ଗୀତା ଜ୍ଞାନାଂଜନ ପତ୍ରିକା ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ପରିଚାଳନା କ୍ଷେତ୍ରରେ ଫାଉଣ୍ଡେସନ ର ପ୍ରମୁଖ ସଭ୍ୟ ବିପିନ୍ କୁମାର ମାଝୀ ,ସଂଗ୍ରାମ ନାୟକ ,ଶ୍ରୀଯୁକ୍ତ କ୍ଷେତ୍ର ମୋହନ ଦାସ,ବୁବୁ ଭାଇ ,ଶ୍ରୀଯୁକ୍ତ ଚିନ୍ମୟ କୁମାର ଭୋଳ ,ପ୍ରିତିମୟୀ ଆଚାର୍ଯ୍ୟ ,ମନୋଜ କୁମାର ପ୍ରଧାନ କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ପ୍ରଧାନ,ଶ୍ରୀ ସତ୍ୟପ୍ରିୟ ପଣ୍ଡା ପ୍ରମୁଖ ସାଗ୍ରହ ସହଯୋଗ କରିଥିଲେ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button