Politics

ଘଣ୍ଟାପଡ଼ା ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକତ୍ତା ସମ୍ମିଳନୀ,  କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାପତି ।

 

କଣ୍ଟାମାଳ,୧୩।୧: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ପଞ୍ଚାୟତର କୁରୁକୁପା ଠାରେ ଘଣ୍ଟାପଡ଼ା ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ପିନାକଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ମୁଖ୍ୟଅତିଥି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ, ସଂଗଠକ ତଥା ଅବସରପ୍ରାପ୍ତ କର୍ଣ୍ଣେଲ ଶିଶିର ଘୋଷ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ଶ୍ୟାମସୁନ୍ଦର ପୁରୋହିତ, ବରଗାଁ ସରପଞ୍ଚ ରଶ୍ମିତା ରଣା, କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପ୍ରଭାରୀ କୃଷି ମିଶ୍ର, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତର ସମସ୍ତ ବୁଥରେ ଦଳୀୟ ସଂଗଠନକୁ ମଜବୁତ କରିବାକୁ ହେଲେ ପ୍ରତି ଶକ୍ତିକେନ୍ଦ୍ରରେ ଗ୍ରାମସ୍ତରରୁ ଦଳକୁ ସୁଦୃଢ କରିବାକୁ ପରାମର୍ଶ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ତ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଇବା ଓ ମଣ୍ଡଳର ସମସ୍ତ ବୁଥକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଏହି ଅବସରରେ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର କିଛି ବ୍ୟକ୍ତି ବିଜେପିରେ ସାମିଲ ହୋଇଥିଲେ l ଶେଷରେ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପୂର୍ବତନ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଓମପ୍ରକାଶ ମିଶ୍ର, ସଦସ୍ୟ ଚଞ୍ଚଳ ରଣା, ସୁଦର୍ଶନ ବଘାର, ସୁଶାନ୍ତ ପୁଟେଲ, ବିଜୟ ରଣା, ପିଣ୍ଟୁ ରଣା, ରୁଷି ରଣା, ରାମଚନ୍ଦ୍ର ତାଣ୍ଡି, ଆମ୍ବଗାଁର ପୂର୍ବତନ ସରପଞ୍ଚ ପଦ୍ମାବଦୀ ରଣାଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା, ଯୁବମୋର୍ଚ୍ଚା, ଛାତ୍ରମୋର୍ଚ୍ଚା, କୃଷକ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button