Entertainment

ପଟିଲୋ ପଞ୍ଚାୟତ ରେ ଅର୍ପଣରଥ କୁ ସ୍ବାଗତ, ମହିଳା ସଂକୀର୍ତ୍ତନ ସହିତ ଭାବବିହ୍ୱଳ ନୃତ୍ୟ !  

 

ତିର୍ତ୍ତୋଲ :–ଅକ୍ଷତ, ଗୁଆ ନଡ଼ିଆ ଦେଇ ମୁଖେ ହୁଳହୁଳି ଦୀପ ବନ୍ଦାଇ ! କୁସୁମ ହାରରେ ସଜାଇ ଦେଇ, ଶୁଭ ମନାସନ୍ତି ଜଗତ ପାଇଁ ! ହେ ଜଗତସାଇଁ କୃପାକର ନୀଳ କନ୍ଦରେ ଥାଇ !! ପଞ୍ଚାୟତ ସ୍ତରରେ ବୁଲୁଥିବା ଅର୍ପଣରଥ ନିକଟରେ ଗ୍ରାମ ମହିଳାଙ୍କ ମିନତୀ ବାସ୍ତବରେ ମର୍ମସ୍ପର୍ଶୀ ! ଆମେ ଜଣାଉଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନ ପଟିଲୋ ଗ୍ରାମପଞ୍ଚାୟତ ବିଷୟରେ ଯେଉଁଠି ରଥ ସହିତ ଭକ୍ତି ସଂଗୀତ ଓ ମହିଳା ସଂକୀର୍ତ୍ତନ ଦଳଙ୍କ ଭାବ ବିହ୍ଵଳ ନୃତ୍ୟ ଗ୍ରାମର ମାହୋଲ କୁ ଜଗନ୍ନାଥମୟ କରିଦେଇଥିଲା !ଆନନ୍ଦ ଉଲ୍ଲାସରେ ସ୍ୱାଗତ କରିଥିଲେ ଅର୍ପଣରଥ କୁ । ଏହି ପଞ୍ଚାୟତ ରେ ସରପଞ୍ଚ ସୁପ୍ରଭା ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ରଥ ପରିକ୍ରମା କାର୍ଯ୍ୟକ୍ରମ ସମାଜସେବୀ ଚିତ୍ତରଞ୍ଜନ ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ପିଓ ଭୀମସେନ ମୁର୍ମୁ , ଜି ଆର୍ ଏସ୍ ତୁଷାରକାନ୍ତ ବେହେରା , ସମସ୍ତ ଏମ ବି କେ , ସି ଆର୍ ପି , ଏସ ଏସ ଜି ଗ୍ରୁପ , ଅଙ୍ଗନବାଡ଼ି ଓ ଆଶାକର୍ମୀ ମନଙ୍କ ସମେତ ଚୌଧୁରୀ ପ୍ରଦୀପ୍ତ କୁମାର ଦାସ , ନିକୁଞ୍ଜ କୁମାର ମଲ୍ଲ , ସତ୍ୟଜିତ ବିଶ୍ୱାଳ , ଅକ୍ଷୟ ସ୍ୱାଇଁ, ସୋମନାଥ ଦାସ , ସଞ୍ଜୟ ଦାସ , ମନୋରଞ୍ଜନ ସ୍ୱାଇଁ , ଅଜୟ ଦାସ , ସତ୍ୟାନନ୍ଦ ସ୍ୱାଇଁ , ଡଲି ମଲ୍ଲିକ , ରାଧିକା ସ୍ୱାଇଁ, ଦୀପକ ମଲ୍ଲିକ ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା ! ବିଶେଷକରି ଉତ୍କଳୀୟ ସଂସ୍କୃତିର ଭାବଧାରକୁ ଉଦ୍ଜୀବିତ କରି ରଖିବାରେ ଉଲ୍ଲେଖନୀୟ ପ୍ରୟାସ କୁ ବହୁ ସଂସ୍କୃତି ପ୍ରେମୀ ପ୍ରଶଂସା କରିଥିବାର ଶୁଣିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button