ଝଲସିବ ଛତିଆ ସ୍ଥିତ ଐତିହାସିକ ଅମରାବତୀ କଟକ ମହୋତ୍ସବ ।


ବଡ଼ଚଣା,୧୩।୧.(ଆ: ପ୍ର) ଆଉ ଦୁଇ ଦିନ ପରେ ଝଲସିବ ଅମରାବତୀ ମହୋତ୍ସବ, ମହୋତ୍ସବର ମଜା ନେବେ ଦର୍ଶକ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ଐତିହାସିକ ଅମରା ବତୀ କଟକ ମହୋତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
ଓଡ଼ିଶାର ପଞ୍ଚ କଟକ ମଧ୍ୟରୁ ଏହି ଐତିହାସିକ ଅମରାବତୀ କଟକ ହେଉଛି ଅନ୍ୟତମ। କିମ୍ବଦନ୍ତୀ ଅନୁସାରେ ୧୧ ଶହ ଶତାନ୍ଧି ସମୟ ଠାରୁ ରାଜା ଯଯାତିକେଶରୀ ଓ ତାଙ୍କ ପରେ ଗଙ୍ଗ ବଂଶୀୟ ରାଜା ତଥା ରାଜା ବସୁକଳ୍ପ କେଶରୀ ଙ୍କ ଦ୍ଵାରା ଏହି ରାଜ ଦୁର୍ଗ ର ନିର୍ମାଣ ହୋଇ ଥିବା ଇତିହାସରୁ ଜଣାଯାଏ। ଏହି ଅମରା ବତୀ କଟକ ଦୁର୍ଗ କୁ ୫ ଫୁଟ ଓସାରର ପ୍ରାୟ ଦୁଇ କିମି ରୁ ଉର୍ଦ୍ଧ୍ବ ବିଶାଳ କାୟ ପ୍ରାଚୀର ପରିବେଷ୍ଟିତ ହୋଇ ରହି ବେଳେ, ଶେଷରେ ରହିଛି ରାଣୀ ହଂସ ପୁର , ଯାହାର ଅଧିଷ୍ଠାତ୍ରୀ ଦେବତା ହେଉଛନ୍ତି ଇନ୍ଦ୍ର ଇନ୍ଦ୍ରାଣୀ। ଦେବ ରାଜ ଇନ୍ଦ୍ର ଓ ଇନ୍ଦ୍ରାଣୀ ଙ୍କ ନାମ ଅନୁସାରେ ଅମରାବତୀ ବା ଇନ୍ଦ୍ର ଇନ୍ଦ୍ରାଣୀ ପୁର ବୋଲି ନାମିତ ହୋଇ ଥିବା ଜଣାଯାଏ। ଓଡ଼ିଶାର ମହିମାମଣ୍ଡିତ ସଂସ୍କୃତି ,କଳା, ବିରତ୍ଵ ତଥା ତତ୍କାଳୀନ ରାଜତ୍ଵ ର ଐତିହାସିକ ଗାଥା ବହନ କରି ମୂକ ସାକ୍ଷୀ ରୂପେ ଆଜିବି ଦଣ୍ଡାୟମାନ ହୋଇ ରହିଛି ସେହି ଅମରା ବତୀ କଟକ। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ବହୁ ପ୍ରଚେଷ୍ଟାର ସଫଳ ହେବାକୁ ଯାଉଛି ଐତିହାସିକ ମହୋତ୍ସବ।
ସରକାରୀ ଭାବେ ଚଳିତ ବର୍ଷ ଠାରୁ ପ୍ରଥମ ଥର ଲାଗି ଏହି ଅମରା ବତୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ, ପୂର୍ଣ୍ଣ ପ୍ରସ୍ତୁତି ପର୍ବ ଜାରି ରହିଛି । ଆସନ୍ତା ୧୬-୧-୨୪ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅମରାବତୀ ପରିଚାଳନା କମିଟି ସଭାପତି ବିପିନ ବିଶ୍ଵାଳ। ତେବେ ଏହି ମହୋତ୍ସବ କୁ ସଫଳ କରିବା ସହିତ ପ୍ରତ୍ୟହ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନଙ୍କ ଗହଣରେ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ପରିଚାଳନା କମିଟି ପକ୍ଷରୁ ସୂଚନା ଜଣାପଡିଛି।




