Entertainment

ଉମା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ, ବାର୍ଷିକ ଉତ୍ସବ ପିଲାଙ୍କ ଯୋଗ୍ୟତା ମାପିଥାଏ – ବିଧାୟକ ମହୀଧର ରଣା

 

କଣ୍ଟାମାଳ,୧୨।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ସ୍ଥିତ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି, କଣ୍ଟାମାଳ ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ନୀଳାଚଳ ଭୋଇ ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବ୍ଲକ ଶିକ୍ଷାଧିକାରୀ ସନୋଜ ସେଠି, ଉମା ସରପଞ୍ଚ ଦୌଲଥ ପାଣ୍ଡେ, କାହ୍ନୁଚରଣ ରାଉତ, ପୂର୍ବତନ ସରପଞ୍ଚ ବେଣୁଧର ରଣା, ଘଣ୍ଟାପଡ଼ା ସିଆରସିସି ରୁପାସିଂ କ୍ଷେତୀ, ମୋ ସ୍କୁଲ ଅଭିଯାନ ସଭାପତି ସୁନିଲ ରଣା, ସମାଜସେବୀ ପ୍ରଶାନ୍ତ ରଣା, ଉମା ଗୌନ୍ତିଆ କଳିଙ୍ଗ ରାଉତ, ପୂର୍ବତନ ସଭାପତି ଶରତ ରଣା, ପୂର୍ବତନ ସିଆରସିସି କାର୍ତ୍ତିକେଶ୍ୱର ବେହେରା, ସାମ୍ବାଦିକ ବଂଶୀଧର ମାଝୀ, ପ୍ରଭାତ କୁମାର ସାହୁ, ବଳରାମ ବାଘ, ନାରୀନେତ୍ରୀ ମମତା ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା l ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ l ସହକାରୀ ଶିକ୍ଷକ ବାସୁଦେବ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ତପନ ସାହୁ ପରିଚାଳନା କରିଥିଲେ l ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button