ରୂପାନ୍ତରଣର ବଡ଼ ଉଦାହରଣ କଳାହାଣ୍ଡି, ୭ ମାସ ଭିତରେ ମଞ୍ଜୁର ହୋଇଛି ୫୭୦ କୋଟି ଟଙ୍କା: 5T ଅଧ୍ୟକ୍ଷ


କଳାହାଣ୍ଡି ଜିଲ୍ଲା ରୂପାନ୍ତରଣର ସବୁଠୁ ବଡ଼ ଉଦାହରଣ ପାଲଟିଛି କଳାହାଣ୍ଡି। ମେଡିକାଲ କଲେଜ, ୟୁନିଭର୍ସିଟି, ଇଂଜିନିୟରିଂ କଲେଜରୁ ଜଳସେଚନ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଆଯାଇଛି। ଚାଷୀଙ୍କ ପାଇଁ କଳାହାଣ୍ଡିରେ ଜଳସେଚନ ପାଇଁ ଯେଉଁ କାମ ହୋଇଛି ସାରା ରାଜ୍ୟରେ ଆଉ କେଉଁଠି ହୋଇନି। ଚାଷୀ ଭାଇଙ୍କ ଜୀବନରେ ବହୁତ ବଡ଼ ଧରଣର ରୂପାନ୍ତରଣ ହୋଇଥିବା ଭବାନୀପାଟଣା ଶ୍ରୀକ୍ରିଷ୍ଣ ପଡ଼ିଆରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
କଳାହାଣ୍ଡି ଜିଲ୍ଲାକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ 5T ଅଧ୍ୟକ୍ଷ ୨୦୦୨ରେ କଳାହାଣ୍ଡିରେ ଦୁଇ ବର୍ଷ କାମ କରିଛନ୍ତି। ଗାଁ ଗାଁକୁ ଯାଇ ବୁଲି ଦେଖିଥିଲେ କଳାହାଣ୍ଡି କେମିତି ଥିଲା। ଆଉ ଏବେ କଳାହାଣ୍ଡି କେମିତି ହୋଇଛି ସେକଥା ସମସ୍ତେ ଜାଣିଛନ୍ତି। କଳାହାଣ୍ଡିବାସୀଙ୍କୁ ପୁରୁଣା ପରିବାର କହି ସମ୍ବୋଧନ କରିଥିଲେ କାର୍ତ୍ତିକ ପାଣ୍ଡିଆନ।ଗତ ମେ ୧୯ ଓ ୨୦ ତାରିଖରେ ସେ କଳାହାଣ୍ଡି ଆସିଥିଲେ। ସେତେବେଳେ ପାଖାପାଖି ୨ହଜାର ଦରଖାସ୍ତ ନେଇଥିଲେ। ଏହା ମଧ୍ୟରେ ୧୮ଶହ ଦରଖାସ୍ତର ସମାଧାନ ହୋଇଛି। ୭ମାସ ଭିତରେ କଳାହାଣ୍ଡି ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କା ମଂଜୁର କରାଯାଇଛି। କଲେଜ ରୂପାନ୍ତରଣ ପାଇଁ ୨୭କୋଟି ଟଙ୍କା ମଂଜୁର ହୋଇଛି। ଫେବ୍ରୁଆରୀ ଶେଷ ସୁଦ୍ଧା କାମ ସରିଯିବ।ବେଲଖଣ୍ଡି ମନ୍ଦିର ପାଇଁ ୨କୋଟି ୫୦ଲକ୍ଷ, ମାଆ ଲଙ୍କେଶ୍ବରୀ ମନ୍ଦିର ପାଇଁ ୨କୋଟି ୫୦ଲକ୍ଷ, ମାଆ ଭଣ୍ଡରଘରଣୀ ମନ୍ଦିର ପାଇଁ କୋଟିଏ ୯ଲକ୍ଷ, ଆମ୍ବପାଣି ବୁଢାରଜା ମନ୍ଦିର ପାଇଁ ୭୫ଲକ୍ଷ ଟଙ୍କା, ଥୁଆମୂଳ ରାମପୁର ଜଗନ୍ନାଥ ମନ୍ଦିର ପାଇଁ ୨୦ଲକ୍ଷ, ଭବାନୀପାଟଣା ଆଶା ସାଗର ପାଇଁ ୬କୋଟି ୪୦ଲକ୍ଷ ଟଙ୍କା ମଂଜୁର ହୋଇଛି। ସେହିପରି ପିପଲ ନାଳ ସେତୁ ଓ ସୌନ୍ଦର୍ଯ୍ୟକରଣ ପାଇଁ କୋଟିଏ ୭୦ ଲକ୍ଷ ଟଙ୍କା, ସାନ୍ଦୁଲ ନଦୀ ଉପରେ ସେତୁ ପାଇଁ ୧୪କୋଟି ୫୦ଲକ୍ଷ, ହାତୀ ନଦୀ ଉପରେ ସେତୁ ପାଇଁ ୧୧କୋଟି ୨୦ଲକ୍ଷ, କଲ୍ୟାଣ ନଦୀ ଉପରେ ଡଙ୍ଗର ମୁରଲୀରୁ ଖଲିପଦର ରାସ୍ତାରେ ସେତୁ ପାଇଁ ୮କୋଟି ୮୨ ଲକ୍ଷ ଟଙ୍କା ଓ ରେତ ନଦୀ ଉପରେ ସଗରପଦା ଖମାରପଦର ରାସ୍ତାରେ ସେତୁ ପାଇଁ ୮କୋଟି ୪୦ଲକ୍ଷ ଟଙ୍କା ଅନୁମୋଦନ ହୋଇଛି।ଥୁଆମୂଳ ରାମପୁରରେ ସରକାରୀ ଡିଗ୍ରୀ କଲେଜକୁ ମଂଜୁରୀ ମିଳିଛି । ୧୦ଦିନ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଖୁସି ଖବର ମିଳିବ ବୋଲି 5T ଅଧ୍ୟକ୍ଷ କହିଛନ୍ତି । ଜିଲ୍ଲାରେ ଲକ୍ଷ୍ମୀ ବସ ଚାଲିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପାଇନଥିବା ଗ୍ରାମାଞ୍ଚଳ ଲୋକ ଆବେଦନ କରିବାକୁ ସେ କହିଛନ୍ତି । ଯୋଜନାରେ ବଡ଼ ହସପିଟାଲରେ ଚିକିତ୍ସିତ ହେବାକୁ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ସାହାସ ଦେଇଛନ୍ତି। କଳାହାଣ୍ଡିରେ ପ୍ରତି ଘରେ ନବୀନ କାର୍ଡ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ଆମ ବ୍ୟାଙ୍କ ଯୋଜନାରେ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ।ଭତ୍ତା ପାଉଥିବା ଲୋକଙ୍କୁ ଶୀଘ୍ର ଖୁସି ଖବର ମିଳିବ। ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । କଳାହାଣ୍ଡିକୁ ସବୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, କଳାହାଣ୍ଡିବାସୀ ତାଙ୍କୁ ସମ୍ମାନ ଦେବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି । ଏହି ସରକାର ଲୋକଙ୍କ ସରକାର। ଲୋକ ଯାହା ଚାହିଁବେ ସେଇ କାମ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




