ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଯାପିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ଚାଲିଥିବା ପ୍ରସିଦ୍ଧ ବକୁଳ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି।ଏହି ଅବସରରେ କଳଶ ଶୋଭାଯାତ୍ରା,ନାମ ସଂକୀର୍ତ୍ତନ, ବୈଠକି କାର୍ଯ୍ୟକ୍ରମ,ଦଣ୍ଡ ନୃତ୍ୟ,କବି ସମ୍ମିଳନୀ, ସାରସ୍ୱତ ସମାରୋହ, କବିତା ଆସର,ସଭା, ଗୀତ ନାଚ, ଭଜନ କାର୍ଯ୍ୟକ୍ରମ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉଦଯାପନୀ ଉତ୍ସବ ରେ ମକୁନ୍ଦ ଧରୁଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ସମାଜସେବୀ ରଘୁନାଥ ଜଗଦଲା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ ଯୋଗ ଦେଇ ବକୁଳ ମହୋତ୍ସବ ଓ ସନ୍ଥ ଚନ୍ଦ୍ରମଣି ଙ୍କ ବିଷୟରେ ଆଲୋକପାତ କରିଥିଲେ।ଶେଷରେ ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁକୃପା ସାଉଁଟିବା ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




