Politics

ଖୁଣ୍ଟିଗୋରା ସରପଞ୍ଚ ପଦବୀ ଅଯୋଗ୍ୟ ଘୋଷଣା ମାମଲା: ରହିତାଦେଶ ଦେଲେ ମାନ୍ୟବର ଜିଲ୍ଲା ଅଦାଲତ

 

କଣ୍ଟାମାଳ, ୧୧/୧/୨୪(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ପଦବୀ ଅଯୋଗ୍ୟ ଘୋଷଣା ମାମଲାରେ ଗୁରୁବାର ଦିନ ସନ୍ଧ୍ୟା ୫ଟା ସମୟରେ ମାନ୍ୟବର ଜିଲ୍ଲା ଅଦାଲତ ରହିତାଦେଶ ଜାରି କରିଛନ୍ତି l ସୂଚନା ପ୍ରକାରେ ଖୁଣ୍ଟିଗୋରା ପଂଚାୟତର ସରପଂଚ ସୁନୀତା ମାଝୀଙ୍କ ଦୁଇରୁ ଅଧିକ ସନ୍ତାନ ଥିବା ନେଇ ହୋଇଥିବା ନିର୍ବାଚନୀ ମାମଲାରେ କଣ୍ଟାମାଳ ସିଭିଲ ଜଜ୍ ଜୁନିଅର ଡିଭିଜନ ତଥା ଇଲେକ୍ସନ ଟ୍ରିବ୍ୟୁନାଲ ଅଯୋଗ୍ୟ ଘୋଷଣା କରିଥିଲେ l ଜିଲ୍ଲା ଦୌରା ଜର୍ଜ ବିକ୍ରମ କୁମାର ପ୍ରଧାନ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି l ୨୦୨୨ ରେ ଅନୁଷ୍ଠିତ ପଂଚାୟତ ନିର୍ବାଚନରେ ପ୍ରଭାସିନି ଖଟୁଆଙ୍କୁ ହରାଇ ସୁନିତା ମାଝି ବିଜୟ ଲାଭ କରି ସରପଂଚ ପଦବୀରେ ଆସିନ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥି ପ୍ରଭାସିନି ଖଟୁଆ ଅଦାଲତର ଦ୍ୱାରସ୍ଥ ହୋଇ ତିନୋଟି ସନ୍ତାନର ଜନନୀ ହୋଇଥିବାରୁ ସୁନିତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରିଥିଲେ । ତଳ ଅଦାଲତର ରାୟ ବିରୁଦ୍ଧରେ ସୁନୀତା ମାଝୀ ଗତ ୨୬ ଡିସେମ୍ବର୨୦୨୩ତାରିଖରେ ଜିଲ୍ଲା ଅଦାଲତର ଦ୍ବାରସ୍ଥ ହୋଇଥିଲେ । ସୁନୀତା ମାଝୀଙ୍କ ତରଫରୁ ବରିଷ୍ଠ ଓକିଲ ଅଜିତ କୁମାର ଦାସ ମାମଲା ପରିଚାଳନା କରୁଥିଲେ l ସୁନିତା ମାଝୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ତାଙ୍କର ନ୍ୟାୟିକ ବ୍ୟବସ୍ଥା ପ୍ରତି ବିଶ୍ୱାସ ରହିଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button