Entertainment

ବାଘପାଲି ବକୁଳ ମହୋତ୍ସବ ୭ମ ସନ୍ଧ୍ୟା

ଉଲୁଣ୍ଡା ୧୧/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଆଜି ୭ମ ସନ୍ଧ୍ୟା ରେ ପହଞ୍ଚିଛି।ପ୍ରଥମେ ସନ୍ଥ ଚନ୍ଦ୍ରମଣି ଦାସ ଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।କମିଟି ସମ୍ପାଦକ ମକୁନ୍ଦ ଧରୁଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜସେବୀ କୃର୍ତିବାସ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ ଓ ଉତ୍ତର ପାତ୍ର ଯୋଗ ଦେଇ ବକୁଳ ମହୋତ୍ସବ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ୭ମ ସନ୍ଧ୍ୟା ରେ ଆଜି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପୁରୀ ତରଫରୁ ଶଙ୍ଖକ୍ଷେତ୍ର ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଳଶଶୋଭାଯାତ୍ରା,ନାମ ସଂକୀର୍ତ୍ତନ,ସଭା,ଭଜନ କାର୍ଯ୍ୟକ୍ରମ,କବି ସମ୍ମିଳନୀ, ସାରସ୍ୱତ ସମାରୋହ, କବିତା ଆସର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।

Related Articles

Back to top button