Entertainment

ପରିକ୍ରମା କରୁଛି ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଭବାନୀପାଟଣା

 

  ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ପରିକ୍ରମା କରୁଚି ଅର୍ପଣ ରଥ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁ କୁ ଗାଁ ବୁଲୁଛି ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ । ଏଥିପାଇଁ ଶଙ୍ଖ, ଘଣ୍ଟ ଓ ହରିବୋଲ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହେଉଛି ପରିବେଶ । ଏନେଇ କଳାହାଣ୍ଡିରେ ବୁଲୁଛି ଅର୍ପଣ ରଥ । କଳାହାଣ୍ଡି ଜିଲ୍ଲାରେ ଅର୍ପଣ ରଥ ବୁଲିବା ସହ ପ୍ରତି ଘରୁ ସଂଗ୍ରହ କରାଯାଉଛି ଗୁଆ ଓ ଅରୁଆ ଚାଉଳ । ଲୋକେ ବେଶ ଭକ୍ତିର ସହ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୁଆ ଓ ଚାଉଳ ଅର୍ପଣ ପୂର୍ବକ ମହାପ୍ରଭୁଙ୍କ ପବିତ୍ର କାମ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି । ପରିକ୍ରମା ରଥ ମାଧ୍ୟମରେ ପ୍ରତି ଘରୁ ଏହାକୁ ସଂଗ୍ରହ କରାଯାଉଛି । ପ୍ରତ୍ୟେକ ଗାଁ ଓ ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରୁଛନ୍ତି । ଜଗନ୍ନାଥଙ୍କ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି । ଯାହା ମହାପ୍ରଭୁଙ୍କୁ ସମର୍ପଣ କରାଯିବ । ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ଯାହାକୁ ବେଶ ପ୍ରଶଂସା କରିଛନ୍ତି କଳାହାଣ୍ଡିବାସୀ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button