ତୃତୀୟ ଦିନରେ ଘଣ୍ଟାପଡ଼ାଠାରେ ଜୟ ଜଗନ୍ନାଥ ଅର୍ପଣ ରଥ। ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ କମ୍ପିଲା ଗାଁ ଦାଣ୍ଡ,


କଣ୍ଟାମାଳ, ୧୦/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଗ୍ରାମରେ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତା କହଁର ଭବ୍ୟ ସ୍ଵାଗତ କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପାଛୋଟି ନେଇଥିଲେ।ପରେ ମନ୍ଦିର ପ୍ରାଙ୍ଗଣରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ପୂଝାରୀ ଧୂପ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା ପରେ ଅକ୍ଷତ ଚାଉଳ ଓ ଗୁଆ ଅର୍ପଣ କରି ରଥକୁ ଗ୍ରାମ୍ୟ ପରିକ୍ରମା କରାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀ ଓ ଜିଆରଏସ ଶଙ୍କର୍ଷଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଗ୍ରାମ୍ୟ ପରିକ୍ରମା ନିମନ୍ତେ ଜଗନ୍ନାଥ ମନ୍ଦିରରୁ ଅର୍ପଣରଥ ବାହାରିବା ମାତ୍ରେ ଘଣ୍ଟାପଡ଼ା ଗ୍ରାମବାସୀଙ୍କ ତରଫରୁ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ୟମଣ୍ଡଳୀ ସହିତ ସମବେତ ମହିଳା ଓ ପୁରୁଷ ମାନେ ଘଣ୍ଟ , ଶଙ୍ଖ ହରିବୋଲ ଓ ହୁଳହୁଳି ସହିତ ଜୟ ଜଗନ୍ନାଥ ନାରା ଦେଇ ରଥକୁ ସ୍ୱାଗତ କରିଥିଲେ ଓ ଘରେ ଘରେ ଦୀପ ପ୍ରଜ୍ଜଳନ କରି ରଥକୁ ସ୍ଵାଗତ କରି ଅକ୍ଷତ ଚାଉଳ ଓ ଗୁଆ ଅର୍ପଣ କରିଥିଲେ।ଏହି ସ୍ୱାଗତ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି, ସମାଜସେବୀ କାଳିଆ କହିଁର, ମହେଶ୍ଵର ରଣା, ନିତ୍ୟାନନ୍ଦ ଥନାପତି , ବିଶ୍ଵାମିତ୍ର ମାଝୀ,ୱାର୍ଡ ସଭ୍ୟ/ସଭ୍ୟା ପଞ୍ଚାୟତ କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ ମହିଳା ମିଶନ ଶକ୍ତିର ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଘଣ୍ଟାପଡ଼ା ଗ୍ରାମବାସୀ ରଥ ପରିକ୍ରମାରେ ସହଯୋଗ କରିଥିଲେ। ସେହିପରି ଘଣ୍ଟାପଡ଼ା ପଞ୍ଚାୟତ ଅଧିନସ୍ଥ ପୋଡାପଦର, ଲଣ୍ଡାପଦର,କୋଡ଼ିବାହାଲି , ରେକ୍ ଡୋଲ, ସୁର୍କାଭଟ୍ଟା, ତାଲବେଡା ଆଦି ପ୍ରତ୍ୟେକ ଗ୍ରାମରେ ରଥକୁ ଭବ୍ୟ ସ୍ଵାଗତ କରି ଅରୁଆ ଚାଉଳ, ଟଙ୍କା ଓ ଗୁଆ ଅର୍ପଣ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




