ରାଜନଗର ବ୍ଲକ ସ୍ତରୀୟ କୃଷି ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍ ଘାଟନ ଉତ୍ସବ


ଆଙ୍କର :- କୃଷି ସମବାୟ ସମିତି ମାନଙ୍କରେ ଧାନ ମଣ୍ଡିକୁ ଉଦଘାଟନ କରି ସାର୍ବଜନୀନ କରାଯାଇ ଚାଷୀ ଭାଇ ମାନଙ୍କୁ ସଚେତନ ବାର୍ତ୍ତା ଦେବାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଖୋଦ ରାଜନଗର ପଂଚାୟତ ର ସାନଓରୁଅ ସ୍ଥିତ ବ୍ଲକ ସ୍ତରୀୟ କୃଷି ସମବାୟ ସମିତି ପକ୍ଷରୁ ସୋମବାର ଦିନ ପୂର୍ବାହ୍ନ ରେ ଶତାଧିକ ଚାଷୀ ଓ ସମବାୟପ୍ରେମୀଙ୍କ ଉପସ୍ଥିତରେ ଧାନ ମଣ୍ଡି ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କଟକ ସି ସି ବି ର କେନ୍ଦ୍ରାପଡ଼ା ଜିଲ୍ଲା ନିର୍ଦେଶକ ଅରୁଣ କୁମାର ସାହୁ ଙ୍କଦ୍ୱାରା ଉଦଘାଟିତ କରିଥିଲେ ,! ରାଜନଗର ବ୍ଲକ ଆତ୍ମା କମିଟିର ଚେୟାରମ୍ୟାନ ଗୋବର୍ଦ୍ଧନ ପ୍ରଧାନ ସଂମ୍ମାନିତ ଅତିଥି ଭାବେ ରାଜନଗର କଟକ ସେଣ୍ଟ୍ରାଲ କୋପରଟିବି
ସମବାୟ ସମିତି ଲିଃ ବ୍ୟାଙ୍କର ଶାଖା ପରିଚାଳକ ପପୁ ବାବୁ ଉପସ୍ଥିତ ରହି ଥିବା ବେଳେ, ବିଡ଼ିଓ ରାଜନଗର ନିଶାନ ମିଶ୍ର, ଯୋଗାଣ ଅଧିକାରିଣୀ ଅଳକା ମଲିକ,30 ଜୋନ ର ଜିଲ୍ଳା ପରିଷଦ ସୁରେନ୍ଦ୍ର ପ୍ରସାଦ ରାଉତ, ରାଜନଗର ସମବାୟ ସମିତିର ସଭାପତି ଦଧିବାମନ ଭୂୟାଁ, ସରପଞ୍ଚ ସୁଶ୍ରୀ ସଙ୍ଗୀତ ମହାପାତ୍ର, ସଭ୍ୟା ସୁମିତ୍ରା ସେଠୀଙ୍କ ସହିତ ଚାନ୍ଦି ବାଉଁଶ ମୂଳ ସମବାୟ ସମିତିର ଡାଇରେକ୍ଟର ମହେନ୍ଦ୍ର କୁମାର ଦାସ, ଏଥି ସହିତ ସମବାୟ ର ସଭାପତି ମାନେ ଯୋଗଦାନ କରିଥିଲେ -ଧ୍ରୁବ ମହାନ୍ତି, ରତ୍ନାକର ଦାସ, ବସନ୍ତ ହାତୀ, ବଳରାମ ମଣ୍ଡଳ,ନୃସିଂହ ଚରଣ ସାହୁ, ଶୁଭ୍ର କାନ୍ତ ଭ୍ରମରରାୟ, କଳ୍ପତରୁ ଜେନା,କଣ୍ଡିରା ପଂଚାୟତ ର ଡାଇରେକ୍ଟର ଅମର କୁମାର ରାଉତ ଙ୍କ ସମେତ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତେବେ ଆଜିର ଧାନ ମଣ୍ଡି ଉଦଘାଟନ ସ୍ଥାନ କୁ ରାଜନଗର ବ୍ଲକ ଯୋଗାଣ ଅଧକାରିଣୀ ଅଳକା ମଲିକ ପୂଜା ଅର୍ଚ୍ଚନା କରିଥିଲେ, ଅନ୍ୟ ଦିଗରେ ନିମନ୍ତ୍ରିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ,ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ପ୍ରେମାନନ୍ଦ ସାହୁ, ସମୀର ଚନ୍ଦ୍ର ପଡିହାରୀ,ନୋଧା ବସନ୍ତ, କୁରୁଣ୍ଟି, ଡାଙ୍ଗମାଳ ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜେନା, ରାଜନଗର ଓ ଚଣ୍ଡୀବାଉଁଶ ମୂଳ, ସମ୍ପାଦକ ଜ୍ଞାନ ରଞ୍ଜନ ନାୟକ, ଡେରା ସୁକାନ୍ତ ବେହେରା, ତାଳଚୁଆ ଯୋଗ୍ୟନ୍ଦ୍ର ନାଥ ବାରିକ, ଭଟପଡା ସମ୍ପାଦକ ନିଳାମ୍ବର ପ୍ରଧାନ,କୋଇଲି ପୁର ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ଅଲେଖ କୁମାର ରାଉତ,ଓସ୍ତିଆ ସମ୍ପାଦକ ସତ୍ୟ ନାରାୟଣ ନାୟକ, ବାଲିସାହିପାଟଣା ସମ୍ପାଦକ ଅମର କୁମାର ବଳ, ବଡ଼ ନାଉକୋଣା ସମ୍ପାଦକ କ୍ଷେତ୍ରବାସୀ ରାଉତ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା, ଆଜିର ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ ସଭା କାର୍ଯ୍ୟକ୍ରମ କୁ ସମବାୟ ସଙ୍ଘ ର ସମ୍ପାଦକ ନୀଳାମ୍ବ ର ପ୍ରଧାନ ପରିଚାଳନା କରିଥିଲେ,!
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




