ବିଧାୟକ ସୁଧୀର କୁମାର ସାମଲଙ୍କର ଅଚାନକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ


– ରାଜ୍ୟ ସରକାର ପକ୍ଷରୁ SHG ଗ୍ରୁପ ମାନଂକୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି l ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଅଚାନକ ସଦର ବ୍ଲକର ବେଲଟିକିରି ଗ୍ରାମର କିଛି ଦିନ ହେଲା ଏକ ସିଲେଇ ପ୍ରଶିକ୍ଷଣ ଓ ମାନୁ୍ଫାକେତୁରିଙ୍ଗ କେନ୍ଦ୍ର ଖୋଲା ଯାଇଛି l ଆଜି ଅଚାନକ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ପହଂଚି ପ୍ରଶିକ୍ଷଣ କେନ୍ଦ୍ର ବୁଲିବା ସହ କେନ୍ଦ୍ରରେ ସିଲେଇ ଶିଖୁଥିବା ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଓ ରାଜ୍ୟ ସରକାର ପକ୍ଷରୁ ଆସୁଥିବl ସବୁ ପ୍ରକାରର ସହାୟତା ପ୍ରଦାନ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି l ଏଥିରେ 40 ରୁ ଉର୍ଦ୍ଧ ମହିଳା ପ୍ରଶିକ୍ଷଣ ନେଉଛନ୍ତି ଅନ୍ୟ ପଟେ ସ୍ଥାନୀୟ ସରପଞ୍ଚ ବଳଭଦ୍ର ସାମଲଙ୍କର ବହୁତ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l ଶକ୍ତି ମା ହରିବଲ୍ଲଭ SHG ଗ୍ରୁପର ସଦସ୍ୟ ମାନସୀ ଦାସ ଭୁବନେଶ୍ୱରରୁ ଆସି ନିଜ ଶାଶୁଘର ଗ୍ରାମରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ସହ ମହିଳା ମାନଙ୍କୁ ସେଲେଇ ପ୍ରଶିକ୍ଷଣ ଦେଉଛନ୍ତ ଓ ପ୍ରତ୍ୟେକ ମହିଳାମାନେ କିଭଳି ନିଜ ଗୋଡ଼ରେ ନିଜେ ଛିଡା ହୋଇ ରାଜାଗlର କରିବେ ଆଶା ରଖିଛନ୍ତି l ମାନସୀ ଦାସଙ୍କର ଏଭଳି ପ୍ରୟାସ ପାଇଁ ବେଲଟିକିରି ଗ୍ରାମରେ ପ୍ରଶଂସାର ପାତ୍ର ହୋଇଛନ୍ତି l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




