ଶାରଳା କ୍ଷେତ୍ରରୁ ନନ୍ଦନକାନନ – ୧୯୮୦ ବ୍ୟାଚ ର ବନ୍ଧୁ ମିଳନ


ତିର୍ତ୍ତୋଲ ::- ସମୟେ ସମୟେ ଗେଲ କଥା ଗୁଡିକ ସତରେ ପରିଣତ ହୋଇଯାଏ ! ଆଶ୍ଚର୍ଯ୍ୟ ଲାଗିଲେ ବି ଅପ୍ରିୟ ସତ୍ୟ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଶାରଳା କ୍ଷେତ୍ରରେ ଅବସ୍ଥିତ ସାରଦା ଏକାଡେମି ହାଇସ୍କୁଲର 1980 ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ବନ୍ଧୁମିଳନ ସମାରୋହ କରିବାକୁ ମାଡିଗଲେ ଭୁବନେଶ୍ୱର ନନ୍ଦନକାନନ ବାଟନିକାଲ ଗାର୍ଡେନ ର ଖୋଲା ମୈଦାନ କୁ ! ବାଃ କି ଚମତ୍କାର ପରିବେଶ , ଚଳଚିତ୍ର ର ସୁଟିଂ ମାହୋଲ ତିଆରି ହୋଇଗଲା ପରି ଲାଗିଲା ! ସମସ୍ତେ ମନଭରି ପ୍ରାକୃତିକ ପରିବେଶକୁ ଉପଭୋଗ କରି ଆନନ୍ଦରେ ମସଗୁଲ ହୋଇଗଲେ ! ତାପରେ ଏକ ସଭାର ଆୟୋଜନ ଶତାୟୁ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଚାଲିଲା ଆଲୋଚନା l ଏଥିରେ ବସନ୍ତ କୁମାର ତାରେଣିଆ, ଶୁକ୍ଲାଂଶୁ ମହାନ୍ତି, ଅରୁଣ କୁମାର ବିଶ୍ୱାଳ, ଅଶୋକ ନାୟକ, ଇନମୁଲ ହକ କାଜି, ସୁକାନ୍ତ ଦାସ, ସୋମ୍ୟରଞ୍ଜନ ମହାନ୍ତି, ଦୁର୍ଗା ପ୍ରସାଦ ମହାନ୍ତି, ବିଜୟଲକ୍ଷ୍ମୀ ସାମନ୍ତରାୟ, ଜ୍ଞାନରଞ୍ଜନ ଦାସ, କଲ୍ୟାଣୀ ମହାନ୍ତି, ଗୋଲେଖ ଭୋଇ, ଗୌରୀ ଶଙ୍କର ମହାନ୍ତି, ଉମେଶ ବିଶ୍ୱାଳ, ଦେବେନ୍ଦ୍ର ସାହୁ, ରଞ୍ଜନ ସ୍ୱାଇଁ, ସାଧୁ ଚରଣ ବେହେରା, ଗୋପୀନାଥ ମିଶ୍ର, କୁମରବର ସେନାପତି, ତପନ ନାୟକ, ସରୋଜ ବେହେରାଙ୍କ ସମେତ ଜୀବନ ସାଥୀ ମାନେ ମଧ୍ୟ ଭାଗ ନେଇଥିଲେ l ଏହି ବନ୍ଧୁ ବାନ୍ଧବୀ ଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସଂସ୍ଥାରେ ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ କେତେକ ଗ୍ରାମାଞ୍ଚଳ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟରେ ଅବସ୍ଥାପିତ !
ଶାରଳା କ୍ଷେତ୍ରରୁ ନନ୍ଦନକାନନ ବନ୍ଧୁ ମିଳନ ଆୟୋଜନ ପାଇଁ ଶୁଭଚିନ୍ତକ ମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




