Entertainment

କେନ୍ଦ୍ରାପଡା ଇଭିନିଙ୍ଗ୍ ଡିଗ୍ରୀ ମହାବିଦ୍ୟାଳୟରେ ନୁଆ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

 

କେନ୍ଦ୍ରାପଡା ଇଭିନିଙ୍ଗ୍ ଡିଗ୍ରୀ ମହାବିଦ୍ୟାଳୟରେ ନୁଆ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଜ୍ଜାପନୀ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୈରପାଳିକା ଅଧ୍ୟକ୍ଷା ଶ୍ରୀ ମତୀ ସରିତା ସାହୁ ,ଡେରାବିଶ ବ୍ଳକ ବିଡ଼ିଓ ଦାସରଥି ଜେନା,ଓ ବ୍ଲକ ଅଧ୍ୟକ୍ଷ ପ୍ରଭାତୀ ମଲ୍ଲିକ,ପୁର୍ବତନ ଅଧ୍ୟକ୍ଷ ସରୋଜ ସାହୁ,ପୁର୍ବତନ ପ୍ରଧ୍ୟାପକ ଅଜୟ କୁମାର ଦାସ ,ଜିଲ୍ଲା ନୋଡ଼ାଲ ଅଧିକାରୀ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ବିକଶିତ ପ୍ରତିଭାଙ୍କର ପ୍ରସଂସା କରିଥିଲେ। ଇଭିନିଙ୍ଗ୍ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।ନୁଆ ଓଡ଼ିଶା ଯୁବ ଓଡିଶା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର କରାଯାଇ ମାନପତ୍ର ସହ ଟ୍ରଫୀ ପ୍ରଦାନ କରାଯାଇଥିଲା।ବାଳକ ବିଭାଗର ଚମ୍ପିୟାନ ଭାବେ ଅଭିଜିତ ମହାନ୍ତି ,ସୁଦିପ୍ତ ରାଉତ ଓ ବାଳିକା ବିଭାଗର ସୁହାନା ପରିମିନ୍ ପ୍ରଥମା ପ୍ରିୟଦର୍ଶୀନି ,ହୀରାମଣୀ ପ୍ରଧାନ,ମୀରା ମୈସୁମୀ ପ୍ରମୁଖ କ୍ରିଡା,ସାଂସ୍କୃତିକ ସେବାକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହାବିଦ୍ୟାଳୟର ନୋଡ଼ାଲ ଅଧିକାରୀ ଶିଶିରକାନ୍ତ ମହାପାତ୍ର,ରୁକ୍ମଣୀ ସାହୁ, ମନରଞନ ରାଉତ ପ୍ରମୁଖ ମଞ୍ଚ ପରିଚାଳନା କରିବା ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ତାଙ୍କୁ ସହାୟତା ପ୍ରଦାନ କରିଥିଲେ।ଶେଷରେ ସେବା ଅଧିକାରୀ ମୃତ୍ୟୁଞୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button