Entertainment

କାମାକ୍ଷାନଗର ସହର ଠାରେ ଗଡିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

 

ଓଡ଼ିଶାର ଗାରିମାକୁ ବହନ କରି ସାରା ଜଗତରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ। ଏହାକୁ କେନ୍ଦ୍ରକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରକଳ୍ପର ପ୍ରସାର ପାଇଁ ଵ୍ଲକ,ଏନ୍.ଏ.ସି ଓ ପୌରପାଳିକା ସ୍ତରରୁ ଏହି ପ୍ରକଳ୍ପ ରଥ ଶୁଭାରମ୍ଭ କରାଇଛନ୍ତି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣକୁ ଶୃଙ୍ଖଳିତ ଦର୍ଶନ ଓ ପରିକ୍ରମାକୁ ସାକାର କରିବ ପାଇଁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଆହ୍ଵାନ କରିଛନ୍ତି। ଆଜି କାମାକ୍ଷାନଗର ସହର ୧ ନମ୍ବର ଓ୍ଵାର୍ଡ ବଡ଼ ଓ ସାନ ଇନ୍ଦିପୁର ଗ୍ରାମରେ ପରିକ୍ରମା ରଥ ପରିଭ୍ରମଣ କରିଥିଲା । ଶୁଭ ନଡିଆ ଫଟାଇ ଓ ପତାକା ଦେଖାଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁଭାରମ୍ଭ କରିଥିଲାଵେଳେ ଏ ବିଶାଳ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ କାମାକ୍ଷାନଗର ର ନଗରପାଳ ଧର୍ମାନନ୍ଦ ପରିଡା l ଏହା ଵ୍ୟତୀତ ଏ ଭବ୍ୟ ସମାରୋହ ସାମିଲ୍ ହୋଇଥିଲେ ସହରର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ସହିତ ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ, ନିର୍ଵାହୀ ଅଧିକାରୀ ଶ୍ରୀ ଯତିନ୍ଦ୍ର ମିଶ୍ର,ପ୍ରାକ୍ତନ ଉପ-ନଗରପାଳ ଶ୍ରୀ ଆଦିତ୍ୟ ଆଚାର୍ଯ୍ୟ ଓ ସହରର ସମସ୍ତ ଓ୍ଵାର୍ଡର ସମ୍ମାନପଦସ୍ଥ ନିର୍ବାଚିତ ଜନପ୍ରତିନିଧି କାଉନସିଲର ଵୃନ୍ଦ। ପ୍ରଥମେ ପରିକ୍ରମା ରଥକୁ କାମାକ୍ଷାନଗର ଜଗନ୍ନାଥ ମନ୍ଦିର ଠାରେ ଅଞ୍ଚଳର ବରିଷ୍ଠ ପଣ୍ଡିତ ତଥା ପୂଜ୍ୟ ଦେବ ଵ୍ରାହ୍ମଣ ଶ୍ରୀ ସତୀଶ ପ୍ରସାଦ ଆଚାର୍ଯ୍ୟ ଙ୍କ ଦ୍ଵାରା ପୂଜା ପାଠ କରାଯାଇ ଗାଁ ଅଭିମୁଖେ ଗଢ଼ିଥିଲା ରଥ । ଗ୍ରାମର ପ୍ରତ୍ୟେକଙ୍କ ଘରୁ ଭକ୍ତି ଭାବର ସହ ଗୁଆ ଓ ଚାଉଳ ମହାପ୍ରଭୁ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଭକ୍ତ l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button