ବଡ଼ଚଣା ରେ ଗାଁରୁ ଗାଁ ବୁଲୁଛି ଶ୍ରୀ ଜଗନ୍ନାଥ ପରିକ୍ରମା ରଥ ।


ବଡ଼ଚଣା,୮।୧,(ନି: ପ୍ର) ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ବେଳେ ଏବେ ଗାଁରୁ ଗାଁ ବୁଲୁଛି ପରିକ୍ରମା ରଥ । ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ରେ ଶୁଭାରମ୍ଭ ହୋଇଛି ପରିକ୍ରମା ରଥ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ବଟ ଧାମ ରୁ ଉଦ୍ଘଟକ ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶ୍ରୀ ଜଗନ୍ନାଥ ପ୍ରକଳ୍ପ ପରିକ୍ରମା ରଥ ର ଶୁଭାରମ୍ଭ କରି ଥିଲେ । ଏହି ପବିତ୍ର ପରିକ୍ରମା ରଥ ଶୁଭାରମ୍ଭ ଅବସରରେ ସମ୍ମାନିତ ଅତିଥି ଭାବେ ମାଳିକା ପ୍ରସିଦ୍ଧ ଦ୍ଵିତୀୟ ଶ୍ରୀକ୍ଷେତ୍ର ଛତିଆ ବଟ ଧାମ ର ମଣିମା ପ୍ରଦ୍ୟୁମ୍ନ ଦାସ ଯୋଗ ଦେଇ ଜନ ସାଧାରଣ ଙ୍କ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ମଙ୍ଗଳ ମୟ ବୋଲି ବକ୍ତବ୍ୟରେ କହିଥିଲେ। ତେବେ ଗାଁ ରୁ ଗାଁ ବୁଲିବ ଏହି ଧର୍ମ ଜାଗରଣ ପରିକ୍ରମା ରଥ । ଗାଁ ରେ ଭକ୍ତିମୟ ହୋଇ ପଡିଛି ସମଗ୍ର ପରିବେଶ । ଘଣ୍ଟ ଘଣ୍ଟା ସାଙ୍ଗକୁ ହରି ନାମ,ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଛି ପୁର ପଲ୍ଲ ର ସମଗ୍ର ପରିବେଶ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଉଦ୍ଦେଶ୍ୟରେ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପ୍ରତି ଘରୁ ମହିଳାମାନେ ରଥକୁ ପୂଜାର୍ଚ୍ଚନା କରିବା ସହ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି । ଏହି ପରି କ୍ରମା ରେ ଛତିଆ ସମିତି ସଭ୍ୟ ଦୀପକ ସାହୁ, ପ୍ରଦୋଷ ନାଥ, କପିଳ ରାଉତ, ସର୍ବେଶ୍ଵର ରାଉଳ, ଶରତ ପାଣିଗ୍ରାହୀ, ସରୋଜ ସିଂ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ,ସମିତି ସଭ୍ୟ ସଞ୍ଜୟ ସ୍ୱାଇଁ, ପ୍ରାକ୍ତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର, ଆଇନ୍ ଜିବୀ ନୀଳାଚଳ ପଣ୍ଡା, ଗୀତାଞ୍ଜଳୀ ବିଶ୍ଵାଳ, ମନସା ଦାସ, ବନିତା ଦାସ, ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ଥିବା ବେଳେ, ଚମ୍ପାପୂର୍ ର ପୂର୍ବତନ ସରପଂଚ ବାସୁଦେବ ସ୍ୱାଇଁ ,କୈଳାସ ରାଉତ, ଯୋଗ ଦେମିଶନ ଶକ୍ତି ପକ୍ଷରୁ ଗୀତାଞ୍ଜଳୀ ବିଶ୍ଵାଳ, ମନସା ଦାସ, ପ୍ରମୁଖ ବୈ ରୀ ପଞ୍ଚାୟତ ର ଭଗ୍ୟଧର ସାହୁ, ସୁରଜିତ ସାହୁ, ତ୍ରିଲୋଚନ ରାଉତ, ଭାଗ୍ୟଧର ମହାନ୍ତିପ୍ରମୁଖ ଜନ ପ୍ରତିନିଧିମାନେ ଓ ବହୁ ସଂଖ୍ୟାରେ ମହିଳାମାନେ ଏହି ରଥ ପରିକ୍ରମାରେ ସାମିଲ ହୋଇ ଥିଲ।





