Entertainment

ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୪’ ଆୟୋଜିତ

 

 ଏହି କ୍ରମରେ ବ୍ଲକର କାନକୁଟରୁ ଓ ଲାଞ୍ଜିଠାରେ ମଧ୍ୟ ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାନକୁଟରୁ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡକ୍ଟର ବଳଭଦ୍ର ମାଝୀ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ ଯୋଗ ଦେଇ ଲୋପ ପାଇଯାଇବାକୁ ଯାଉଥିବା କଳା, ସଂସ୍କୃତିକୁ କିଭଳି ପୁନର୍ଜୀବିତ କରାଯିବ ସେନେଇ ଆଲୋକପାତ ରଖିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମଧୁସୂଦନ ମାଝୀ, ସମିତିସଭ୍ୟ ମନୋହର ହରପାଳ, ପ୍ରଧାନ ଶିକ୍ଷକ ବୈଶାକୁ ନାଏକ, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆ ପ୍ରମୁଖ ଯୋଗ ଦେଇଥିଲେ। ଘୁମୁରା-୨୦୨୪କୁ ନେଇ କାନକୁଟରୁ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଗୀତ, ପ୍ରବନ୍ଧ, ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମହିଳାଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାନକୁଟରୁ ସରପଞ୍ଚ ବନମାଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମଳୟ ବିଭାର ମଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଗ୍ରାମ ରୋଜଗାର ସେବକ ଭାଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବୀ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button