Entertainment

ଆଶାନୀ ଆବାକସର ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ.

ଭୁବନେଶ୍ୱର ଆଜି ସିୱାୟ ଏସଡି ସମ୍ମିଳନୀ କକ୍ଷରେ ଆଶାନୀ ଆବାକସର ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ମହା ସମାରୋହରେ ଅତି ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି. ଆଶାନୀ ଆବାକସର ପରିଚାଳନା ନିର୍ଦେଶକ ରବୀନ୍ଦ୍ର କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓ ଇଉ ଏ ଟି ର ପ୍ରଫେସର ଭରତ ଚନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଅନୁପମ ଭାରତ ଖବର କାଗଜର ଏମ ଡି ରଜତ ମହାପାତ୍ର ମୁଖ୍ୟ ବକ୍ତା ଭାବେ, ଡିଭାଇନ ଡ୍ୟାନ୍ସ ଗ୍ରୁପ ନିର୍ଦେସିକା ଶ୍ରୀମତୀ ଚନ୍ଦ୍ରିକା ଦାସ ଓ ଆରିଫିନ ଏକାଡେମୀ ନିର୍ଦେଶକ ଅଂଶୁମାନ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇଥିବା ପିଲାମାନଙ୍କୁ ଉତ୍ସାହିତ କରିଥିଲେ. ଆମେ ପ୍ରତିବର୍ଷ ପିଲାମାନଙ୍କୁ ନେଇ ରାଜ୍ୟସ୍ତରୀୟ ଓ ରାଷ୍ଟ୍ର ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କରାଇଥାଉ ଏଥର ମୋଟ 850 ଜଣ ପିଲା ଭାଗନେଇଥିଲେ ସେଥିରୁ 150ଜଣ ଆଜି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହେଇଛନ୍ତି ଆଜି ପୁରସ୍କାର ପ୍ରଦାନ ଦିବସ ଓ ଏହି କାର୍ଯ୍ୟକ୍ରମ କେବଳ ପିଲାମାନଙ୍କର ବ୍ରେନ ଡେଭେଲପମେଣ୍ଟ ଉଦିଷ୍ଟ କରିବା ପାଇଁ ଉଦିଷ୍ଟ ବୋଲି କହିଛନ୍ତି ଆଶାନୀ ଆବାକସର ମ୍ୟାନେଜିଙ୍ଗ ଡିରେକ୍ଟର ରବୀନ୍ଦ୍ର କୁମାର ଗୌଡ଼.ପିଲାମାନଙ୍କର ମେମୋରୀ ପାୱାର ବଢିବ, ଷ୍ଟୋରେଜ କାପାସିଟି ବଢିବ, ସବୁ ବିଷୟରେ ଭଲ କରିବେ ଓ ଆମର କେବଳ 4 ରୁ 14ବର୍ଷ ପିଲାମାନଙ୍କର ବ୍ରେନ ସେଲ ଡେଭେଲପମେଣ୍ଟ ପାଇଁ ଚେଷ୍ଟା ଜାରିରଖିଛୁ ତଥା ଆଦିବାସୀ ଦଳିତ ଓ ବସ୍ତିବାସିନ୍ଦାଙ୍କ ପିଲାମାନଙ୍କ ସହ ଏକୁଟିଆ ମୁଁ କେତେ କରିବି ମୋ ପାଖରେ ଲୋକ ବଳ ନାହିଁ ନହେଲେ ମୁଁ ବହୁତ କାମ କରିବା ପାଇଁ ଇଛା ଅଛି ବୋଲି କହିଛନ୍ତି ଆଶାନୀ ଆବାକସ ର ନିର୍ଦେସିକା ଗୀତାଞ୍ଜଳି ଗୌଡ଼.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button