Entertainment

ବାଘପାଲି ରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ

 -ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ବକୁଳ ମହୋତ୍ସବ କମିଟି ସମ୍ପାଦକ ମକୁନ୍ଦ ଧରୁଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ପାଢୀ, ପୂର୍ବତନ ସଭାପତି ପଞ୍ଚାନନ ପଣ୍ଡା ,ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ଯୁବ ସାମ୍ବାଦିକ ରାଜେଶ କୁମାର ବାଘ ଯୋଗ ଦେଇଥିଲେ।ଏହି ମହୋତ୍ସବ ଆଜି ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ।ଏହି ଅବସରରେ ସପ୍ତାହ ପାରାୟଣ,କଳଶ ଶୋଭାଯାତ୍ରା,ପ୍ରବଚନ,ଗୀତ, ନୃତ୍ୟ, ସଭା,କବି ସମ୍ମିଳନୀ , ସାରସ୍ୱତ ସମାରୋହ, କବିତା ଆସର,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।ଏହି ଅବସରରେ ବାଘପାଲି ୟୁପି ସ୍କୁଲ୍,ଖୁଣ୍ଟୁଲାପାଲି ୟୁପି ସ୍କୁଲ୍, ଗୋଲାବନ୍ଧ ୟୁପି ସ୍କୁଲ୍, ହରିଣାପାଲି ୟୁପି ସ୍କୁଲ , ଖୁଣ୍ଟୁଲାପାଲି ଶ୍ରୀ ଅରବିନ୍ଦ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଶହଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button