Politics

ନୂତନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ନୂତନ ସ୍ଥାୟୀ କାର୍ଯ୍ୟାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ।

ଵଡଚଣା,୫।୧,(ନି : ପ୍ର) ବଡ଼ଚଣା ବ୍ଳକ ଅନ୍ତର୍ଗତ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ସ୍ଥାୟୀ ନୂତନ କାର୍ଯ୍ୟାଳୟ ୧ କୋଟି ୩୩ ଲକ୍ଷ ବ୍ୟୟରେ ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କରକମ୍ ଳରେ ଅନୁଷ୍ଠିତ ହୋଇ ଥିବା ବେଳେ, ଜାତୀୟ ରାଜପଥ ୧୬ ଠାରୁ ଖଇରା ଭାୟା ଦେଉଳ କୁର୍ ରାସ୍ତା ର ନିର୍ମାଣ ଲାଗି ୩ କୋଟି ୪୨ ଲକ୍ଷ ବ୍ୟୟ ବରାଦ ହୋଇ ଥିବା ବେଳେ, ବରୁନେଶ୍ୱର କଲ୍ୟାଣ ମଣ୍ଡପ ର ଉଦ୍ଘାଟନ କରି ଥିଲେ। ବଡ଼ଚଣା ମହୋତ୍ସବ ମଣ୍ଡପ ର ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଶୁଭ ଉଦ୍ଘାଟନ ହୋଇ ଥିବା ବେଳେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ହୋଇ ଥିଲା। ଏହି ଉତ୍ସବ କୁ ସମାଜ ସେବୀ ପବନେଶ୍ୱର୍ ଜେନା ସଭାପତିତ୍ବ କରିଥିଲାବେଳେ, ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିକାରିଣୀ ସବିତା ସାହୁ , ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,ବଡ଼ଚଣା ସରପଂଚ ରାଜ ଲକ୍ଷ୍ମୀ ମହାନ୍ତି, ସମିତି ସଭ୍ୟ ମଧୁସୂଦନ ବଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁମତୀ ବାସ୍କେ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ୧୬ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ, ସବିତା ବରାଳ, ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ପ୍ରକାଶ ପ୍ରଧାନ, ବ୍ଲକ୍ ସଭାପତି ଅରବିନ୍ଦ ସାମଲ ପ୍ରମୁଖ ବହୁ ନେତ୍ରୁ ମଣ୍ଡଳୀ ଯୋଗ ଦେଇ ଥିବା ବେଳେ ଶତାଧିକ ମିଶନଶକ୍ତି ଗୋଷ୍ଟିର ମା ମାନେ ଯୋଗ ଦେଇ ଥିଲେ। ସମିତି ସଭ୍ୟ ମଧୁସୂଦନ ବଳ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ।

Related Articles

Back to top button